thelifelinemedia
Latest Odisha News, Breaking News Today

ବଢିଲା ଶୁଭଙ୍କରଙ୍କ ଅଡୁଆ

ଭୁବନେଶ୍ୱର: ଶ୍ରୀମନ୍ଦିରକୁ ପ୍ରେମୀ ଯୁଗଳ ଗଲେ ବ୍ରେକଅପ୍ ହୋଇଯିବ ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ରଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି ।

କାରଣ ଶୁଭଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି ପୁରୀ ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ କହିଛନ୍ତି, ଶୁଭଙ୍କରଙ୍କ ମନ୍ତବ୍ୟର ତର୍ଜମା କରୁଛି ଶ୍ରୀମନ୍ଦିର ପ୍ରଚାର ପ୍ରସାର ସବ୍ କମିଟି । ତାପରେ ପଦକ୍ଷେପ ନିଆଯିବ ।

ସେପଟେ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ଖପ୍ପା ହୋଇଥିବା ଶ୍ରୀମନ୍ଦିରର ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷକମାନ କହିଛନ୍ତି, ପୁରୀ ଆସି ମହାପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କରନ୍ତୁ ଶୁଭଙ୍କର ।

Leave A Reply

Your email address will not be published.