thelifelinemedia
Latest Odisha News, Breaking News Today

ବଙ୍ଗୋପସାଗରରେ ବାତ୍ୟା

ଭୁବନେଶ୍ୱର: ବଙ୍ଗୋପସାଗରେ ବାତ୍ୟା ସମ୍ଭାବନା ରହିଛି । ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଫଳରେ ବାତ୍ୟା ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି । ଆସନ୍ତାକାଲି ବେଳକୁ ଅବପାତରେ ପରିଣତ ହୋଇପାରେ । ପରରବର୍ତ୍ତୀ ୪୮ଘଣ୍ଟାରେ ଆହୁରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି ।

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାର ମାଲାକ୍କା ସମୁଦ୍ର ଅଞ୍ଚଳ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଅଧିକ ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଅବପାତରେ ପରିଣତ ହୋଇପାରେ।

ପରବର୍ତ୍ତୀ ୪୮ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ଆହୁରି ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି। ଭାରତ ପାଣିପାଗ ବିଭାଗ ଏନେଇ ସ୍ପଷ୍ଟ କରିଛି। କିଛି ଘରୋଇ ପାଣିପାଗ ସଂସ୍ଥା ଲଘୁଚାପ ଭୀଷଣ ବାତ୍ୟା ରୂପ ନେବ ବୋଲି ଆକଳନ କରିଛନ୍ତି।

Leave A Reply

Your email address will not be published.