thelifelinemedia
Latest Odisha News, Breaking News Today

୭ ଦିନ ପାଗ ଶୁଖିଲା ରହିବ: ୨୪ରେ ଅବପାତ

ଭୁବନେଶ୍ୱର: ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ।ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ଏଇ ସୂଚନା ଦେଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୨୪ରେ ଅବପାତରେ ପରିଣତ ହେବ। ୪୮ ଘଣ୍ଟାରେ ଦିଗରେ ପରିବର୍ତ୍ତନ ନ କରି ପଶ୍ଚିମ-ଉତ୍ତରପଶ୍ଚିମକୁ ଅଗ୍ରସର ହେବ। ପରେ ଏହା ଅଗ୍ରସର ହୋଇ ପଶ୍ଚିମ-ଦକ୍ଷିଣ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବ। କିନ୍ତୁ ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସମ୍ଭାବନା ରହିଛି। ଚାଷୀମାନେ ସତର୍କ ରହିବା ସହ ଅମଳ ଧାନ କାଟି ନିଅନ୍ତୁ ବୋଲି ଆଂଚଳିକ ପାଣିପାଗ କହିଛି।

Leave A Reply

Your email address will not be published.