thelifelinemedia
Latest Odisha News, Breaking News Today

ରାଜଧାନୀ ଛାତି ଉପରେ ମୃତ୍ୟୁର ତାଣ୍ଡବ, ଦିଲ୍ଲୀରେ ଭୟାନକ ବିସ୍ଫୋରଣ

ନୂଆଦିଲ୍ଲୀ: ସନ୍ଧ୍ୟା ପ୍ରାୟ ୬.୫୨ ମିନିଟ। ଦିଲ୍ଲୀ ଲାଳକିଲା ନିକଟରେ ହେଲା ବଡ଼ ବିସ୍ପୋରଣ। କେହି କିଛି ବୁଝିବା ପୂର୍ବରୁ ଚାରିଆଡ଼େ ଖେଳିଗଲା ଆତଙ୍କ। ଦେଖୁ ଦେଖୁ ଚାଳିଗଲା ଗୋଟିଏ ପରେ ଗୋଟିଏ ଜୀବନ। ଖବର ଲେଖା ହେବା ପର୍ଯ୍ୟନ୍ତ 10 ଜଣଙ୍କ ଜୀବନ ଯିବା ସହିତ 20 ରୁ ଅଧିାଂଶ ଲୋକ ଆହତ ହୋଇଛନ୍ତି।

କୁହାଯାଉଛି, ଧୀର ଗତିରେ ଯାଉଥିବା ଗାଡି ରେଡ୍ ଲାଇଟରେ ଅଟକିଥିଲା। ସେହି ଗାଡିରେ ହିଁ ବଡ଼ ବିସ୍ଫୋରଣ ହୋଇଥିଲା ଏବଂ ବିସ୍ଫୋରଣର ମାତ୍ର ଏତେ ଅଧିକ ଥିଲା ଯେ ତାହା ଯୋଗୁଁ ନିକଟରେ ଥିବା ଗାଡିଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ବିସ୍ଫୋରଣ ପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ଘଟଣାସ୍ଥଳକୁ ପୋଲିସ ସିଲ୍ କରି ଦେଇଛି । ଘଟଣାସ୍ଥଳକୁ ଏନଆଇଏ, ଏନଏସଜିର ଟିମ୍ ତନାଘନା କରିଛନ୍ତି।

Leave A Reply

Your email address will not be published.