thelifelinemedia
Latest Odisha News, Breaking News Today

ଡବଲ ସ୍ପିଡରେ ବିକାଶ ହେବ ନୂଆପଡା: ପ୍ରତିଶ୍ରୁତି ଦେଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପ୍ରଚାର ସରିବା ପୂର୍ବରୁ ବଡ଼ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। କହିଛନ୍ତି, ଡବଲ ସ୍ପିଡରେ ବିକାଶ ହେବ ନୂଆପଡ। ନୂଆପଡ଼ାରେ ହେବ ମେଡିକାଲ କଲେଜ୍‌।

ପ୍ରେସ୍‌ମିଟ୍‌ରେ ପ୍ରତିଶ୍ରୁତି ରଖିଲେ ବିଜେପି ସଭାପତି ମନମୋହନ ସାମଲ। ନୂଆପଡ଼ାରେ ମେଡିକାଲ୍‌ କଲେଜ କରିବାକୁ ଦଳ ନିଷ୍ପତ୍ତି ନେଇଛି। ନୂଆପଡ଼ାକୁ ଏକ ନଂ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ କରିବୁ ପାଞ୍ଚ ଶହ ଦିନରେ ଆମେ କ’ଣ କରିଛୁ, ତାହା ସମସ୍ତେ ଦେଖିଲେଣି।

୨୪ ବର୍ଷ ଶାସନରେ ବିଜେଡି ନୂଆପଡ଼ା ପାଇଁ କଣ କରିଛି ନବୀନ ବାବୁ କୁହନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ମନମୋହନ। ନୂଆପଡ଼ାରେ ୭୫ ହଜାର ମା, ଭଉଣୀ ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି। ନୂଆପଡ଼ାର ୪୫ ହଜାର ଚାଷୀ ୮ ଶହ ଟଙ୍କାର ଇନପୁଟ୍‌ ସହାୟତା ପାଇଛନ୍ତି ବୋଲି ପ୍ରେସ ମିଟ କରି ମନମୋହନ ସାମଲ କହିଛନ୍ତି।

ନବୀନ ବାବୁ ପାଞ୍ଚ ଥର ନୂଆପଡ଼ା ଆସିଲେ ବି କିଛି ଫରକ୍ ପଡ଼ିବନି। ନୂଆପଡ଼ାବାସୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ଅଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ଓ ବରିଷ୍ଠ ନେତା ବସନ୍ତ ପଣ୍ଡା ଉପସ୍ଥିତ ଥିଲେ।

Leave A Reply

Your email address will not be published.