ବିଶ୍ୱାସଘାତର ଜବାବ ସୁଭଦ୍ରା ଭଉଣୀ ଦେବେ: ଉପ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଟାର୍ଗେଟ୍। ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଟାର୍ଗେଟ୍ କରିଛନ୍ତି ପ୍ରଭାତୀ ପରିଡ଼ା। କହିଛନ୍ତିବିଶ୍ୱାସଘାତକତା କ’ଣ ଏବେ ବୋଧେ ଛାମୁଙ୍କୁ ଲାଗିଲା। ନବୀନଙ୍କ ୨୪ ବର୍ଷର ବିଶ୍ୱାସଘାତର ଜବାବ ଦେବାକୁ ନୂଆପଡ଼ାବାସୀ ପ୍ରସ୍ତୁତ। ମିଶନ ଶକ୍ତିର ମହିଳାଙ୍କ ସହିତ ପ୍ରତି କଥାରେ ବିଶ୍ୱାସଘାକତା ହୋଇଛି ।ଏହାର ଜବାବ ସୁଭଦ୍ରା ଭଉଣୀମାନେ ଉପନିର୍ବାଚନରେ ନିଶ୍ଚୟ ଦେବେ।ନୂଆପଡ଼ା ବାସୀ ବିଜେପିଙ୍କୁ ହିଁ ବାଛିବେ, ପଦ୍ମ ଫୁଲରେ ଭୋଟ୍ ଦେବେ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି।
ଗତକାଲି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ଜୋରଦାର ପ୍ରଚାର କରିବା ସହ ବିରୋଧୀଙ୍କୁ ଶାଣିତ ଜବାବ ଦେଇଥିଲେ ନବୀନ । କଡ଼ା ଭାଷାରେ ରାଜ୍ୟ ବିଜେପି ଉପରେ ବର୍ଷିଥିଲେ ନବୀନ । ଆସନ୍ତା ୧୧ ତାରିଖରେ ଇଭିଏମରେ ନୂଆପଡ଼ାବାସୀ ଜବାବ ଦେବେ ବୋଲି ସେ ଦେଇଥିଲେ ଆହ୍ବାନ । ବିଜେପିକୁ ସିଧାସଳଖ ମିଛ ପ୍ରତିଶ୍ରୁତିର ଦଳ ବୋଲି କହିଥିଲେ ନବୀନ। ୧୬ ମାସର ବିଜେପି ସରକାର କେବଳ ମିଛ ପବ୍ଲିସିଟିର ହିରୋ। କାମରେ କିନ୍ତୁ ପୂରା ଜିରୋ ବୋଲି ନବୀନ କହିଥିଲେ।