ପଦ୍ମ ଧରିଲେ ଅମର ପଟ୍ଟନାୟକ: ବିଜେଡ଼ିକୁ କଲେ ବାଏ ବାଏ
ଭୁବନେଶ୍ୱର: ବିଜେପିରେ ମିଶିଲେ ବିଜେଡି ବରିଷ୍ଠ ନେତା
ଅମର ପଟ୍ଟନାୟକ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ପଦ୍ମ ଧରିଲେ ଅମର। ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ଅମର ପଟ୍ଟନାୟକ। ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ହେଉଛନ୍ତି ଅମର ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀଙ୍କ ଉପସ୍ଥିତିରେ ମିଶିଲେ ଅମର।
ନିକଟରେ ଅନେକ ନେତା ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଜୟ ଢୋଲକିଆଙ୍କ ସମତେ ଲମ୍ବୋଦର ନିଆଲଙ୍କ ଭଳି ନେତା ବିଜେପିରେ ସାମିଲ ହୋଇଛନ୍ତି। ନୂଆପଡା ଉପନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ବିଜେଡ଼ି ଶିବିରରୁ ଗୋଟିଏ ପରେ ଗୋଟିଏ ବଡ଼ ନେତା ଦଳ ଛାଡିବା ବିଜେଡି ପାଇଁ ଅଡ଼ୁଆ ହୋଇଛି।