thelifelinemedia
Latest Odisha News, Breaking News Today

ବିଜେଡି ବାପାଙ୍କୁ ପଚାରି ନ ଥିଲା: ଜୟ ଢୋଲକିଆ

ନୂଆପଡ଼ା: ବିଜେଡି ଛାଡ଼ିବା ନେଇ ଜୟ ଢୋଲକିଆଙ୍କ ପ୍ରତିକ୍ରିୟା ରାଜ୍ୟ ରାଜନୀତିରେ ଚହଳ ପକେଇଛି। କହିଛନ୍ତି ବିଜେଡ଼ି ମୋ ବାପାଙ୍କୁ ପଚାରି ନଥିଲା। ଅସୁସ୍ଥ ଥିଲା ବେଳେ ବିଜେଡି ପଚାରିଲା ନାହିଁ ବାପାଙ୍କୁ।

ଯେଉଁ ନେତା ପାର୍ଟିରେ ଜୀବନ ସାରା ରହିଲେ, ତାଙ୍କୁ ନା ଫୋନ କଲେ ନା ସହଯୋଗ। ଏମିତିକି ବାପାଙ୍କ ଦଶାହ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକରେ ବି ମତେ ଡକା ଯାଇନଥିଲା ବୋଲି କହିଛନ୍ତି ଜୟ ଢୋଲକିଆ। ମୁଁ ପୁଅ ହେଇ ବି ମତେ ସେମାନେ ଡାକି ନଥିଲେ।

ଯେଉଁଥିପାଇଁ ମୁଁ ସେ ଦଳ ଛାଡ଼ିଲି ବୋଲି ଜୟ ଢୋଲକିଆ କହିଛନ୍ତି।
ବାପାଙ୍କ ସ୍ଵପ୍ନ ଥିଲା ଯେ ନୂଆପଡ଼ାକୁ ଏକ ନମ୍ବର କରିବା।ତେଣୁ ବାପାଙ୍କ ସ୍ଵପ୍ନ ପୂରଣ କରିବାକୁ ବିଜେପିକୁ ଆସିଲି ବୋଲି ମତ ପ୍ରକାଶ କରିଛନ୍ତି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ତଥା ନୂଆପଡ଼ା ବିଜେପି ପ୍ରାର୍ଥି ଜୟ ଢୋଲକିଆ।

Leave A Reply

Your email address will not be published.