ହସ୍ପିଟାଲରୁ ଡିସଚାର୍ଜ ହେଲେ ଶ୍ରେୟସ୍
ନୂଆଦିଲ୍ଲୀ: ଭାରତୀୟ ଉପ-ଅଧିନାୟକ ଶ୍ରେୟସ ଆୟର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏ ନେଇ ନେଇ ଶନିବାର ବିସିସିଆଇ ପକ୍ଷରୁ ସୂଚନା ମିଳିଛି।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ସମୟରେ ଆଲେକ୍ସ କେରୀଙ୍କ ବ୍ୟାକୱର୍ଡ ପଏଣ୍ଟରେ ଏକ କ୍ୟାଚ ନେବାଲାଗି ଆୟର ପଛକୁ ଦୌଡ଼ୁଥିବାବେଳେ ଆଘାତ ପାଇଥିଲେ।
ସେହି ସମୟରେ ପଡ଼ିଯିବାରୁ ତାଙ୍କ ବାମ ପଞ୍ଜରାରେ ଆଘାତ ଲାଗିଥିଲା। ବିସିସିଆଇ ରିପୋର୍ଟରେ ତାଙ୍କ ପଞ୍ଜରା ଫାଟି ଯାଇଥିବା ଜଣାପଡ଼ିଥିଲା।
ଏହାପରେ ତାଙ୍କୁ ସିଡ୍ନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ଯେଉଁଠାରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁଁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ବର୍ତ୍ତମାନ ଆୟର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।