thelifelinemedia
Latest Odisha News, Breaking News Today

ଗଛକୁ ପିଟିଲା ବସ୍ : ଡ୍ରାଇଭର ଓ ହେଲପର ମୃତ

ଭୁବନେଶ୍ଵର: ନରସିଂହପୁରରୁ କୋଲକାତା ଯାଉଥିବା ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଗଛକୁ ବସ ପିଟିବା ଫଳରେ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଛି। ଏହା ସହିତ ୭ ଗୁରୁତର ହୋଇଛନ୍ତି।

ଜଳେଶ୍ଵର ନୂଆ କୋର୍ଟ ସମ୍ମୁଖରେ ବିଳମ୍ୱିତ ରାତିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।ମୃତକ ହେଲେ ବସ ଚାଳକ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ମୀର ଅବଦୁଲ ରହିମ୍ଓ ହେଲପର ମାହାଙ୍ଗାର ନୃସିଂହ କାଠୁଆ।

ସମସ୍ତ ଗୁରୁତର ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ବସଟି ଢେଙ୍କାନାଳ, ନରସିଂହପୁରରୁ କୋଲକାତା ଅଭିମୁଖେ ଯାଉଥିଲା।ବସରେ ମୋଟ ୪୦ରୁ ଅଧିକ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.