ଓଡ଼ିଶାର ବାତ୍ୟା ଇତିହାସ: ମହାବାତ୍ୟାରୁ ମୋନ୍ଥା ପର୍ଯ୍ୟନ୍ତ
ଭୁବନେଶ୍ଵର: ଓଡିଶା ଏମିତି ଏକ ରାଜ୍ୟ ଯେଉଁଠି ନିୟମିତ ବ୍ୟବଧାନରେ ବାତ୍ୟା ଆସିଥାଏ। ଓଡିଶାର ଭୌଗଳିକ ଅବସ୍ଥିତି ଏମିତି ଯେ ଅନେକ ସମୟରେ ଏଠି ବାତ୍ୟା ସୃଷ୍ଟି ହୋଇଥାଏ। ଯେମିତିକି ୧୯୯୯ ମସିହା ଅକ୍ଟୋବର ୨୯ ମହାବାତ୍ୟା ଆସିଥିଲା। ଓଡ଼ିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଅନେକ ଧନଜୀବନ ନଷ୍ଟ ହେଲା। ହଜାର ହଜାର ଲୋକଂକ ମୃତ୍ୟୁ ହେଲା। ମହାବାତ୍ୟା ଓଡ଼ିଶାର ଅଣ୍ଟା ଭାଙ୍ଗିଦେଲା। ଜଗତସିହପୁର ଏରସେମାରେ ଲ୍ୟାଣ୍ଡ କରିଥିଲା ମହାବାତ୍ୟା। ପରେ ୨୦୧୩ ମସିହା ଅକ୍ଟୋବର ୧୪ ଫାଇଲିନ୍ ହୋଇଥିଲା। ସେହିପରି ୨୦୧୪ ମସିହା ଅକ୍ଟୋବର ୧୨ ହୁଡ଼ହୁଡ଼,
୨୦୧୮ ମସିହା ଅକ୍ଟୋବର ୧୦ ତିତଲି, ୨୦୧୯ ମସିହା ମଇ ୩ ଫନି
୨୦୧୯ ମସିହା ନଭେମ୍ବର ୫ ବୁଲବୁଲ୍,୨୦୨୦ ମସିହା ମଇ ୧୬ ଅମ୍ଫାନ୍, ୨୦୨୧ ମସିହା ମଇ ୨୫ ୟାସ୍, ୨୦୨୧ ମସିହା ସେପ୍ଟେମ୍ବର ୨୬ ଗୁଲାବ୍,୨୦୨୧ ମସିହା ଡିସେମ୍ବର ୫ ଜୱାଦ୍,୨୦୨୨ ମସିହା ମଇ ୬ ଅସାନି, ୨୦୨୪ ମସିହା ଅକ୍ଟୋବର ୨୫ ଦାନା ଆଉ ଏବେ ୨୦୨୫ ମସିହା ଅକ୍ଟୋବର ୨୮ ମୋନ୍ଥା ଆସିଛି।