ବଳ ଗୋଟାଉଛି ମୋନ୍ଥା: ଭୟଙ୍କର ହୋଇ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା
ଭୁବନେଶ୍ଵର: ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’ ଏବେ ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ନିକଟତର ହେଉଛି ବାତ୍ୟା। ମଛଲିପଟନମ ଠାରୁ ୧୪୦, କାକିନାଡ଼ା ଠାରୁ ୨୪୦ କିମି ଦୂରରେ ରହିଛି।
ସେହିପରି ଗୋପାଳପୁର ଠାରୁ ୫୩୦ କିମି ଦୂରରେ ‘ମୋନ୍ଥା’ ରହିଛି। ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ ‘ମୋନ୍ଥା’ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ଅତିକ୍ରମ କରିବ ‘ମୋନ୍ଥା’।
ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ ବୋଲି ପୂର୍ବ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
ଓଡିଶାରେ ବାତ୍ୟାର ପ୍ରଭାବ ପଡ଼ିଲାଣି।
ପାରଳାଖେମୁଣ୍ଡିରେ ମୋନ୍ଥା ପ୍ରଭାବରେ ଲଗାଣ ବର୍ଷାରେ ଧସିଲା ପାହାଡ଼।କାଶୀନଗର ପାର୍ତ୍ତଡ଼ା ପଞ୍ଚାୟତ ଲିଙ୍ଗା-ବାରଭା ରାସ୍ତାରେ ଧସିଲା।ବଡ଼ ବଡ଼ ପଥର ପଡ଼ି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।ପ୍ରଶାସନ ପକ୍ଷରୁ ରାସ୍ତା ସଫେଇ କାମ ଆରମ୍ଭ ହୋଇଛି।