thelifelinemedia
Latest Odisha News, Breaking News Today

ମୋନ୍ଥା ପାଇଁ ୪୨ ଟ୍ରେନ୍ ବାତିଲ୍: ଯାତ୍ରୀଙ୍କ ସୁରକ୍ଷା ପାଇଁ ଟ୍ରେନ ବାତିଲ

ନୂଆଦିଲ୍ଲୀ: ମୋନ୍ଥା ପାଇଁ ୪୨ ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଲୱେ
ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବଡ଼ ପଦକ୍ଷେପ ନିଆଯାଇଛି।
୪୨ ଟ୍ରେନ୍ ବାତିଲ୍, ୨ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ହୋଇଛି।
ଆଉ ୮ଟି ଟ୍ରେନ୍‌ର ସମୟ ପୁନଃ ନିର୍ଦ୍ଧାରଣ କରାଯାଇଛି।

ପ୍ରମୁଖ ଟ୍ରେନ୍ ମଧ୍ୟରୁ ଆଜି କୋଣାର୍କ ଏକ୍ସପ୍ରେସ୍ ବାତିଲ୍ ହୋଇଛି।ପଲାସା, ଖୋର୍ଦ୍ଧା ରୋଡ୍, ଭୁବନେଶ୍ବରରେ ହେଲ୍‌ପ ଡେସ୍କ କରାଯାଇଛି। ସେହିପରି ବିଶାଖାପାଟଣା, ବିଜୟନଗରମ, ଶ୍ରୀକାକୁଲମ ରୋଡ୍‌ରେ ହେଲ୍‌ପ ଡେସ୍କ ରହିଛି।ଦୁଭାଡ଼ା ଓ ରାୟଗଡ଼ାରେ ବି ଖୋଲିଛି ହେଲ୍‌ପ ଡେସ୍କ।

ଭୀଷଣ ବାତ୍ୟା ଏବେ ସମୁଦ୍ରରେ ବଳ ଗୋଟାଇ ମାଡି ଆସୁଛି। ଆଜି ସଂଧ୍ୟାରୁ ରାତି ଲ ମଧ୍ଯରେ ମୋନ୍ଥା କାକିନଡ଼ାରେ ସ୍ଥଳ ଭାଗ ଛୁଇଁବ। ସେହି ସମୟରେ ପ୍ରବଳ ବର୍ଷା ଓ ପବନର ବେଗ ଅଧିକ ରହିବ। ଏଥି ପାଇଁ ଉଭୟ ଆନ୍ଧ୍ର ଓ ଓଡ଼ିଶା ସରକାର ସତର୍କ ରହିଛନ୍ତି।

Leave A Reply

Your email address will not be published.