thelifelinemedia
Latest Odisha News, Breaking News Today

୨୮, ୨୯ରେ ସାରା ଓଡିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ମାଡି ଆସୁଛି ସାମୁଦ୍ରିକ ଝଡ ମାନ୍ଥା। ଏହାର ପ୍ରଭାବରେ ୨୮ ଏବଂ ୨୯ ତାରିଖରେ ସାରା ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ୨୮ ତାରିଖରେ ମାଲକାନଗିରି ଓ କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

ଏସବୁ ଜିଲ୍ଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହେବ। ୨୮ ତାରିଖରେ ନବରଙ୍ଗପୁର, କଳାହାଣ୍ଡି , କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ କରାଯାଇଛି। ଆଉ ୧୭ ଜିଲ୍ଲାକୁ ୨୮ ତାରିଖ ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି କରାଯାଇଛି। ସୋମବାରଠୁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ସେପଟେ ବାତ୍ୟାରେ ଦକ୍ଷିଣ ଓଡିଶା ବେଶୀ ପ୍ରଭାବିତ ହେବାର ଆଶଙ୍କା ରହିଛି।

ଦକ୍ଷିଣ ଓଡିଶା ଉପକୂଳରେ ବର୍ଷା ସହ ୨୭ ତାରିଖ ସନ୍ଧ୍ୟାରୁ ପବନ ବହିବା ଆରମ୍ଭ ହେବ। ୨୭ ତାରିଖ ସନ୍ଧ୍ୟାରୁ ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ୨୮ ତାରିଖ ବେଳକୁ ପବନର ବେଗ ୬୦ରୁ ୭୦ କିମି ବଢିବ। ବେଳେ ବେଳେ ପବନର ବେଗ ୮୦ କିମି ଛୁଇଁବାର ମଧ୍ୟ ସମ୍ଭାବନା ରହିଛି। ୨୯ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପବନର ବେଗ ରହିବ।

Leave A Reply

Your email address will not be published.