ବିହାର ବୈଶାଳୀରେ ଓଡ଼ିଆ ନେତାଙ୍କ ପ୍ରଚାର
ନୂଆଦିଲ୍ଲୀ: ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ମୁଖପାତ୍ର ନରେଶ କୁମାର ମହାନ୍ତି ଗତ 19 ଅକ୍ଟୋବର ଠାରୁ ବୈଶାଲୀରେ ବିଧାନସଭା ବିହାର ପାଇଁ ନିର୍ବାଚନ ପ୍ରଚାରରେ ଆଗାମୀ 6 ନଭେମ୍ବର ପର୍ଯ୍ୟନ୍ତ ରହିବାର କାର୍ଯ୍ୟକ୍ରମ ରହିଛି।
ଏହି ବିଧାନସଭାରୁ ଇଂ ଶ୍ରୀ ସଂଜୀବ କୁମାର ସିଂହଙ୍କ ପାଇଁ ସେ ପ୍ରଚାର ଭାର ସମ୍ବାଳୁଛନ୍ତି।
3,50000 ଭୋଟର ଓ 70 କିଲୋମିଟରରେ ମଧ୍ୟରେ ବୈଶାଲୀ ବିଧାନସଭା ଅଟେ । ଏହି ବିଧାନସଭାରେ ବା ବୈଶାଲୀରେ ଜେଡିୟୁ, କଂଗ୍ରେସ ଓ ଆରଜେଡି ସହ ସିଧା ସିଧି ତ୍ରିମୁଖୀ ଲଢେଇ ଚାଲିଛି ।ପ୍ରତିଦିନ ବିଭିନ୍ନ ୱାର୍ଡ ଓ ପଞ୍ଚାୟତ ଗସ୍ତରେ ଯାଇ ଡୋର ଟୁ ଡୋର କ୍ୟାମ୍ପେନ ଓ ସଭା ମାଧ୍ୟମରେ ପ୍ରଚାର ଚାଲିଛି।
ଯେହେତୁ 2020 ଇଲେକ୍ସନରେ ସଂଜୀବ ସିଂହ ଏଠାରୁ ମାତ୍ର 6800 ଭୋଟରେ ହାରିଥିଲେ। ତାଙ୍କର ମୁଖ୍ୟ ପ୍ରତିଦ୍ବନ୍ଦୀ ଜେଡିୟୁ ପ୍ରତିଦ୍ବନ୍ଦୀ ସିଦ୍ଧାର୍ଥ ପଟେଲଙ୍କ ଠାରୁ ସେଥିପାଇଁ ଏଥର ସେ ଆଶାବାଦୀ ଅଛନ୍ତି ନିର୍ବାଚନୀ ଡଙ୍ଗା ପାର ହେବା ପାଇଁ । କାରଣ ଗତ ନିର୍ବାଚନ ଠାରୁ ବିଗତ 5 ବର୍ଷ ନିର୍ବାଚନ ମଣ୍ଡଳୀ ସହ ସବୁବେଳେ ଜନ ସମ୍ପର୍କ ରଖିବା ହେଉ କି ଉଭୟ ଆରଜେଡି ଓ କଂଗ୍ରେସର ସମସ୍ତ କର୍ମୀଙ୍କ ସହ ସୁସମ୍ପର୍କ ଓ ଜନସମ୍ପର୍କ ରଖି ସଂଜୀବ ସିଂହ ବେଶ ଲୋକପ୍ରିୟତା ଜାରି ରଖିଛନ୍ତି।
ଏଥର କିନ୍ତୁ ରୋଚକ ମୁଡରେ 2025 ନିର୍ବାଚନ।କାରଣ ମହାମେଣ୍ଟରେ 2 ପ୍ରାର୍ଥୀ ରଣାଙ୍ଗନରେ ସଂଜୀବ ଓ ଅଜୟ ଖୁସୱା ସିଧା ଜେଡିୟୁକୁ ଟକ୍କର ଦେଉଛନ୍ତି। ବିହାରରେ ଜାତିଗତ ସମୀକରଣକୁ ସବୁ ସମୟରେ ଭୋଟ ହୋଇଥାଏ। ଏଥର ମଧ୍ୟ ସେହିପରି ହେବ। ଯଦି ଦେଖା ଯାଏ ସଂଜୀବ କିନ୍ତୁ ସମସ୍ତଙ୍କ ଠାରୁ ଅଧିକ ଉଚ୍ଚ ଶିଖିତ ହୋଇଥିବାରୁ ଲୋକମାନଙ୍କ ପ୍ରଥମ ପସନ୍ଦ କଂଗ୍ରେସ ପ୍ରାର୍ଥୀ।
ଇଂ ସଂଜୀବ ସିଂହ କିନ୍ତୁ ଏହା ପୂର୍ବରୁ 2 ଥର ପ୍ରାର୍ଥୀ ହୋଇ ପରାଜୟ ବରଣ କରିସାରିଛନ୍ତି।ଏଥର କର ବା ମର ନିତି ଆପଣାଇ ନିର୍ବାଚନ ଲଢ଼ୁଛନ୍ତି। ଦେଖିବାର ଅଛି ଯୁବକ ଓ ଉଚ୍ଚ ଶିକ୍ଷିତଙ୍କୁ ବିହାର ଲୋକ କେତେ ପସନ୍ଦ କରୁଛନ୍ତି। ଓଡିଶା ଠାରୁ ବିହାର ନିର୍ବାଚନ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ।କାରଣ ଏଠାରେ ବହୁତ ପାର୍ଟି ସହ ନିର୍ବାଚନୀ ପ୍ରତିଦନ୍ଦିତା ହୋଇଥାଏ।
ଭିଆଇପି, ଜେଡିୟୁ, ଆଇଡ଼ିଡ଼ି, ଲୋକ ଜନଶକ୍ତି ପାର୍ଟି, ଜଣାଶୁରଜ, ସିପିଆଇ, ସିପିଏମ କଂଗ୍ରେସ, ହିନ୍ଦୁସ୍ତାନି ଅବମ ମୋର୍ଚ୍ଚା ଏବଂ ସମସ୍ତ ଦଳର ପାର୍ଥି ମାନେ ସବୁବେଳେ ଦଳ ବଦଳ କରିଥାନ୍ତି।ସୁବିଧା ବାଦୀ ଥାନ୍ତି ରାଜନୀତିକୁ ନେଇ। ଦେଖିବାର ଅଛି ବିହାର ଲୋକମାନେ ଏଥର କେତେ ସଜାଗ ଅଛନ୍ତି ଉଚିତ ପ୍ରାର୍ଥୀକୁ ନେଇ ନିଜ ରାଜ୍ୟର ଭବିଷ୍ୟତ ଗଢିବାକୁ।
କାରଣ 15 ବର୍ଷ ଭିତରେ ବିହାରରେ ରାସ୍ତା, ଆଲୋକୀକରଣ, ବ୍ରିଜ, ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ ନିଶ୍ଚିତ ରୂପେ ବିକାଶ ହୋଇଛି।ବିକାଶ ବନାମ ପରିବର୍ତ୍ତନ କେଉଁଟାକୁ ଲୋକମାନେ ଆପଣଉଛନ୍ତି ତାହା ଦେଖିବାକୁ ବାକି ରହିଲା।