thelifelinemedia
Latest Odisha News, Breaking News Today

ବାଲେଶ୍ଵର ଓ ଗଞ୍ଜାମରେ ଛୁଟି ବାତିଲ୍‌

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ଵର ଏବଂ ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ କର୍ମଚାରୀ ମାନଙ୍କର ଛୁଟି ବାତିଲ ହୋଇଛି।

ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି, ସୋମନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଅଧିକାରୀ ମାନଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ ନିର୍ଦେଶ ରହିଛି।୨୮ ଓ ୨୯ ତାରିଖରେ ଦକ୍ଷିଣ ଓଡିଶାକୁ ରେଡ଼ ଆଲର୍ଟ ଜାରି କରାଯାଇଛି ।

ପବନକୁ ନେଇ ମଧ୍ୟ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଦକ୍ଷିଣ ଓଡିଶାରେ ସର୍ବାଧିକ ପବନ ୬୦ରୁ ୭୦ ଏବଂ ଝଟ୍‌କା ପବନ ୮୦ ଯାଏଁ ରହିବ ।

ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାକୁ ସର୍ବାଧିକ ପବନ ନେଇ ରେଡ଼ ଆଲର୍ଟ ଜାରି କରାଯାଇଛି । ୨୭ ତାରିଖରୁ ବର୍ଷା ଆରମ୍ଭ ହେବାକୁ ଥିବାବେଳେ ୨୮ ଓ ୨୯ ରେ ବର୍ଷା ସହ ପବନ ବହିବ।

Leave A Reply

Your email address will not be published.