thelifelinemedia
Latest Odisha News, Breaking News Today

ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ

ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ଏକଦମ୍ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। କହିଛନ୍ତି
ମୁକାବିଲା ପାଇଁ ଆମେ ପ୍ରସ୍ତୁତ ।ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ, ଆମେ ସବୁବେଳେ ପ୍ରସ୍ତୁତ ରହି ଆସିଛି।କୃଷି ଓ ଶକ୍ତି ବିଭାଗ ସହ ଯୋଗାଯୋଗରେ ଅଛୁ।ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇସାରିଛି।

ସ୍ବାସ୍ଥ୍ୟ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି।ପଶୁମାନଙ୍କ ସୁରକ୍ଷା ପାଇଁ ପଶୁ ସମ୍ପଦ ବିଭାଗକୁ ଆଲର୍ଟ କରାଯାଇଛି।ଯଦି ବାତ୍ୟା ନଆସେ ଓଡ଼ିଶା ପାଇଁ ଭଲ, ଆସିଲେ ମୁକାବିଲା ପାଇଁ ପ୍ରସ୍ତୁତ ।ଆତଙ୍କିତ ହୁଅନ୍ତୁ ନାହିଁ, ମୁକାବିଲା ନେଇ ସରକାର ପ୍ରସ୍ତୁତ- ମନ୍ତ୍ରୀ।ଆବଶ୍ୟକ ସ୍ଥଳେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ କଲା ପାଣିପାଗ କେନ୍ଦ୍ର।୨୬ ତାରିଖରୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ । ସମୁଦ୍ର ଅଶାନ୍ତ ରହିବାରୁ ୨୯ ଯାଏଁ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.