ଦୀପାବଳି ପାଇଁ ସ୍କୁଲ, କଲେଜ ଛୁଟି
ଭୁବନେଶ୍ୱର: ଆସନ୍ତା ସୋମବାର ଦୀପାବଳି ପାଇଁ ସ୍କୁଲ ଛୁଟି। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।
ସେପଟେ ସୋମବାର କଲେଜ ଓ ବିଶ୍ଵ ବିଦ୍ୟାଳୟ ମଧ୍ୟ ଛୁଟି ଘୋଷଣା ହୋଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ଦୀପାବଳି ପାଇଁ ଅତିରିକ୍ତ ଛୁଟି ଭାବେ ଘୋଷଣା କରାଯାଇଛି।