thelifelinemedia
Latest Odisha News, Breaking News Today

ସୋମବାର ଦୀପାବଳୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ଵର: ଆସନ୍ତା ସୋମବାର ଓଡ଼ିଶାରେ ଦୀପାବଳି ଛୁଟି ହେବ।
ଅର୍ଥାତ 20 ତାରିଖରେ ଦୀପାବଳି ଛୁଟି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପୂର୍ବରୁ କେବେ ଦୀପାବଳୀ ପାଳନ ହେବା ନେଇ ଦ୍ୱନ୍ଦ ଉପୁଜିଥିଲା। 20 ନା 21 ତାରିଖରେ ଦୀପାବଳି ନେଇ ଲୋକେ ଦ୍ୱନ୍ଦରେ ଥିଲେ। ଦୀପାବଳି ପାଳନ ନେଇ ପୂର୍ବରୁ ମୁକ୍ତି ମଣ୍ଡପରେ ଘୋଷଣା ହୋଇଛି। ଶ୍ରୀମନ୍ଦିରରେ ଆସନ୍ତା ୨୦ ତାରିଖ ଦିନ ଦୀପାବଳି ଓ ପୟାଶ୍ରାଦ୍ଧ ଆୟୋଜନ ହେବ ବୋଲି ମଧ୍ୟ କୁହାଯାଇଛି। ତେବେ ଲୋକଙ୍କ ମଧ୍ୟରେ ଦୀପାବଳି ପାଳନ ଓ ଛୁଟି ନେଇ ଦ୍ବନ୍ଦ୍ବ ରହିଥିଲା।

କିଛି ଲୋକ ଆସନ୍ତା ୨୦ ତାରିଖରେ ଦୀପାବଳି ପାଳନ ପାଇଁ ଚିନ୍ତା କରୁଛନ୍ତି। ଆଉ କିଛି ଅକ୍ଟୋବର ୨୧ରେ ଦୀପାବଳି ହେବ ବୋଲି କହୁଛନ୍ତି। ୨୦ ତାରିଖ ଦିନ ଦିନ ଦୀପଦାନ ଏବଂ ପୟା ଶ୍ରାଦ୍ଧ ପାଳିବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ କୁହାଯାଇଛି। ସରକାର ୨୧ ତାରିଖ ପରିବର୍ତ୍ତେ ୨୦ ତାରିଖକୁ ଛୁଟି ଘୋଷଣା କରିବାକୁ ଦାବି ହୋଇଥିଲା। ଏବେ ସରକାର 20 ତାରିଖରେ ଦୀପାବଳୀ ପାଇଁ ଛୁଟି ଘୋଷଣା କରିଛନ୍ତି।

Leave A Reply

Your email address will not be published.