thelifelinemedia
Latest Odisha News, Breaking News Today

ବିହାର ନିର୍ବାଚନ: ଆସନ ବୁଝାମଣା ଦ୍ଵନ୍ଦ ଭିତରେ କଂଗ୍ରେସ ଆଣିଲା ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ବିହାର ନିର୍ବାଚନରେ ମହାଗଠବନ୍ଧନରେ ଆସନ ବୁଝାମଣାକୁ ନେଇ ସହମତି ହୋଇ ପାରୁନି। ଏଭଳି ଦ୍ଵନ୍ଦ ଭିତରେ କଂଗ୍ରେସ ତାର 48 ଜଣିଆ ପ୍ରାର୍ଥୀ ପତ୍ର ଘୋଷଣା କରିଛି। ଯଦିଓ କଂଗ୍ରେସ ଏଥର ନିର୍ବାଚନରେ କେତେ ସିଟରେ ଲଢିବ ସେ ନେଇ ସ୍ପଷ୍ଟ ହୋଇନି କିନ୍ତୁ ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ 48 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଓ ପାରମ୍ପରିକ ଆସନରେ ପ୍ରାର୍ଥୀ ଦେଇଛି କଂଗ୍ରେସ। ଆରମ୍ଭରୁ ଆରଜେଡି କଂଗ୍ରେସକୁ ୫୨ଟି ଆସନ ପ୍ରଦାନ କରିଥିଲା। ହେଲେ ଦଳ ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହିତ ୬୧ ଆସନ ମାଗିଥିଲା। ଏବଂ ପାରମ୍ପରିକ ନିର୍ବାଚନମଣ୍ଡଳୀ ଦେବାକୁ ଜିଦ୍ ଧରିଥିଲା। ହେଲେ ଆସନ ବୁଝାମଣା ଭିତରେ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି।

କଂଗ୍ରେସ ଭାବୁଛି ରାହୁଲ ଗାନ୍ଧୀଙ୍କର ଭୋଟ ଅଧିକାର ଯାତ୍ରାର ବିହାରରେ ଅଧିକ ପ୍ରଭାବ ପଡ଼ିଛି। ତେଣୁ ଦଳ ଏଥିର ଭଲ ପ୍ରଦର୍ଶନ କରିପାରେ। ଶୁଣିବାକୁ ମିଳୁଛି ଯେ କଂଗ୍ରେସ ୬୧ଟି ଆସନରେ ସନ୍ତୁଷ୍ଟ ହେବାକୁ ରାଜି ହୋଇଛି।ଅନ୍ୟପଟେ ଏନଡିଏ ମେଣ୍ଟରେ ପ୍ରାର୍ଥୀ ଘୋଷଣା ସାରିଲାଣି।ବିଜେପି ସମସ୍ତ 101ସିଟ ପାଈଁ ପ୍ରାର୍ଥୀ ଦେଇ ସାରିଥିବା ବେଳେ ଜେଡିୟୁ ମଧ୍ୟ 101 ସିଟରେ ପ୍ରାର୍ଥୀ ଦେଇ ସାରିଛି।

Leave A Reply

Your email address will not be published.