ନଭେମ୍ବର 11ରେ ନୂଆପଡା ଉପ ନିର୍ବାଚନ: 14ରେ ଭୋଟ ଗଣତି
ଭୁବନେଶ୍ଵର: ନଭେମ୍ବର 11 ତାରିଖରେ ହେବ ନୂଆପଡା ଉପ ନିର୍ବାଚନ। 14 ତରିଖରେ ଭୋଟ ଗଣତି ହେବ ।ଆସନ୍ତା ୧୩ରେ ପ୍ରକାଶ ପାଇବ ଉପନିର୍ବାଚନ ବିଜ୍ଞପ୍ତି । ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ । ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି।
ଉପ ନିର୍ବାଚନ ତାରିଖ ସାମ୍ନାକୁ ଆସିବା ପରେ ରାଜନୀତି ତାତି ବଢ଼ିଲାଣି। କାଲି ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି ପିସିସି ସଭାପତି କହିଛନ୍ତି।ନୂଆପଡ଼ା ପାଇଁ କାଲି ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଘୋଷଣା ହେବ। ଆଜି ରାତି କିମ୍ବା କାଲି ସୁଦ୍ଧା ପ୍ରାର୍ଥୀ ଘୋଷଣା କହିଲେ AICC ବିଧିବଦ୍ଧ ଭାବେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି ଭକ୍ତ ଦାସ କହିଛନ୍ତି।
ନୂଆପଡ଼ାରେ ୨ ଲକ୍ଷ ୪୮ ହଜାର ଭୋଟର ରହିଥିବା ନେଇ CEO ସୂଚନା ଦେଇଛନ୍ତି। ନୂଆପଡ଼ାରେ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୪୮ ହଜାର। ପୋଲିଂ ଷ୍ଟେସନ ସଂଖ୍ୟା ୩୫୮, ନୂଆ ପୋଲିଂ ଷ୍ଟେସନ ୫୬
ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ନାମ ଯୋଡ଼ି ପାରିବେ ଭୋଟର।
ନୂଆପଡ଼ାର ସବୁ ବୁଥ୍ରେ ୱେବକାଷ୍ଟିଂ ହେବ ବୋଲି CEO କହିଛନ୍ତି।