ପୋଲିସ SI ଚାକିରି କେଳେଙ୍କାରୀ : ଆଉ ଜଣେ ଗିରଫ
ଭୁବନେଶ୍ଵର: ପୋଲିସ SI ଚାକିରି କେଳେଙ୍କାରୀରେ ବଢ଼ିଲା ଗିରଫଦାରୀ। ତନାଘନା ଭିତରେ ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ବାରଙ୍ଗ ବିଦ୍ୟାଧରପୁରର ବିଶ୍ବରଞ୍ଜନ ବେହେରା ନାମକ ଅଭିଯୁକ୍ତ ଗିରଫ ହୋଇଛି। SI ଚାକିରି କେଳେଙ୍କାରୀରେ ବିଶ୍ବରଞ୍ଜନର ସକ୍ରିୟ ଭୂମିକା ଥିବା ଜଣାପଡିବା ପରେ ତାକୁ ଗିରଫ କରାଯାଇଛି। ସିଣ୍ଡିକେଟ୍ ମୁଖ୍ୟଙ୍କ ନିର୍ଦ୍ଦେଶରେ ଆଶାୟୀଙ୍କ ସହ ଯୋଗାଯୋଗ କରୁଥିଲା ବିଶ୍ୱରଞ୍ଜନ।
ଆଶାୟୀଙ୍କ ଠାରୁ ଅରିଜିନାଲ୍ ସାର୍ଟିଫିକେଟ୍, ବ୍ଲାଙ୍କ ଚେକ୍ ମଧ୍ୟ ନେଉଥିଲା। ପ୍ରଶ୍ନପତ୍ର ଯୋଗାଇବ କହି ଆଶାୟୀଙ୍କଠାରୁ ଡକ୍ୟୁମେଣ୍ଟ ନେଉଥିଲା ବିଶ୍ବରଂଜନ।ଆଶାୟୀଙ୍କଠାରୁ ଡକ୍ୟୁମେଣ୍ଟ ନେଇ ସିଣ୍ଡିକେଟ୍ ମୁଖ୍ୟଙ୍କୁ ଦେଉଥିଲା।ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ହୋଇଥିଲେ।
ଅନ୍ୟପଟେ SI ନିଯୁକ୍ତି ମହାଘୋଟାଲାରେ ମୁଖ୍ୟ ଶାସନ ସଚିବଙ୍କ ବଡ଼ ବୈଠକ ଅନୁଷ୍ଠିତ ହୋଇଛି। ଏଠି ବୈଠକରେଗୃହ ସଚିବ, ପୋଲିସ ଡିଜିଙ୍କ ସହ OPRB ଅଧ୍ୟକ୍ଷ ସୁଶାନ୍ତ ନାଥ ଉପସ୍ଥିତ ରହିଥିଲେ।OPRB ସଦସ୍ୟ ଅବିନାଶ କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀ ବି ସାମିଲ୍ ହୋଇଥିଲେ। ଘଟଣା ସମ୍ପର୍କରେ OPRB ଠାରୁ ଅବଗତ ହୋଇଛନ୍ତି ମୁଖ୍ୟ ସଚିବ।