ଡ୍ରାଇଭିଂ ସିଟରେ ଇଣ୍ଡିଆ: ରାହୁଲ୍, ଜୁରେଲ୍ ଓ ଜାଡେଜାଙ୍କ ଶତକ
ନୂଆଦିଲ୍ଲୀ: ଓ୍ବେଷ୍ଟ ଇଣ୍ଡିଜ୍ ବିପକ୍ଷ ଟେଷ୍ଟରେ ଦୃଢ ସ୍ଥିତିରେ ଟିମ ଇଣ୍ଡିଆ।ପ୍ରଥମ ଟେଷ୍ଟରର ୨ୟଦିନରେ କେଏଲ ରାହୁଲ , ଧ୍ରୁବ ଜୁରେଲ ଓ ରବୀନ୍ଦ୍ର ଜାଡେଜାଙ୍କ ଶତକ ବଳରେ ନିଜର ସ୍ଥିତି ମଝବୁତ କରିଛି ଭାରତ। ଡ୍ରାଇଭିଂ ସିଟରେ ରହିଛି ଟିମ ଇଣ୍ଡିଆ। କେଏଲ ରାହୁଲ , ଧ୍ରୁବ ଜୁରେଲ ଓ ଜାଡେଜାଙ୍କ ଶତକୀୟ ପାଳି ଭାରତକୁ ଭଲ ସ୍ଥିତିରେ ରଖିଛି।କେଏଲ ରାହୁଲ ଶତକ ଅର୍ଜନ କରିବା ପରେ ଅଧିନାୟକ ଶୁବମନ ଗିଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ପରେ ଜୁରେଲ ଓ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଛି।
ମ୍ୟାଚରେ ଓ୍ବେଷ୍ଟ ଇଣ୍ଡିଜ୍ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । କିନ୍ତୁ ଏହି ଭ୍ରମଣକାରୀ ଦଳ ମାତ୍ର ୧୬୨ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଜଷ୍ଟିନ ଗ୍ରିଭସ୍ ୩୨ରନ ଓ ସାଇ ହୋପ୍ ୨୬ ରନ କରିଥିଲେ । ଏସିଆ କପ୍ ଚାମ୍ପିଅନ ହେଲା ପରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ଘରୋଇ ମାଟିରେ ଖେଳୁଛି।