ଆଜି ମାଙ୍କୁ ବିଦାୟ ଦେବେ ଭକ୍ତ, ଟ୍ୱିନ ସିଟିରେ ସ୍ୱତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର: ସରିଲା ଦଶହରା, ଏବେ ବିଦାୟର ବେଳ । କଟକର ବିଭିନ୍ନ ସ୍ଥାନରେ ମାଆଙ୍କୁ ଦିଆଯାଉଛି ମେଲାଣି । ଭୁବନେଶ୍ବର ଓ କଟକରେ ସ୍ବତନ୍ତ୍ର ବ୍ୟବସ୍ଥା । ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି । ଅପରାହ୍ନ ୨ଟାରୁ ରାତି ଗୋଟାଏ ଯାଏ ଭୁବନେଶ୍ବରରେ ଟ୍ରାଫିକ କଟକଣା ।
ଭସାଣି ପାଇଁ ଭୁବନେଶ୍ୱରରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ । ଭୁବନେଶ୍ଵର ସହରରେ ୪ଟି ରାସ୍ତାରେ ୪ଟି ଭଷାଣୀ କମିଟି ଭଷାଣୀ ଉତ୍ସବ ପାଳନ କରାଯିବ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡାକଡି କରିଛି ପୋଲିସ ।
ଭଷାଣୀ ସମୟରେ ଯାନବାହାନ ଗୁଡ଼ିକର ଚଳାଚଳକୁ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବାରଣ କରାଯାଇଛି । ଅପରାହ୍ନ ୨ ଘଟିକାଠାରୁ ରାତି ୧ ଘଟିକା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ । ସହିଦ ନଗର ଭଷାଣୀ କମିଟିର ସମସ୍ତ ମେଢ ସହିଦ ନଗରରେ ଏକତ୍ରିତ ହୋଇ ସେଠାରୁ ଭାୟା ରାମ ମନ୍ଦିର ଛକ, ମାଷ୍ଟର କ୍ୟାଣ୍ଟିନ୍ ଛକ ଦେଇ ରାଜମହଲ ଯିବେ ।
ନୟାପଲ୍ଲୀ ଭଷାଣୀ କମିଟିର ସମସ୍ତ ମେଢ ନୟାପଲ୍ଲୀରେ ଏକତ୍ରିତ ହୋଇ ସେଠାରୁ CRP ଛକ ଭାୟା ନୟାପଲ୍ଲୀ ଅଣ୍ଡରପାସ୍, ସିଆରପି ଛକ, ଡିଏଭି ଛକ ଡାହାଣ ମୋଡ଼ ନେଇ ଗୋପବନ୍ଧୁ ଛକ, ସିରିପୁର ଛକ ହୋଇ ଯିବେ ।
ଚନ୍ଦ୍ରଶେଖରପୁର ଭଷାଣୀ କମିଟିର ସମସ୍ତ ମେଢ କ୍ଲବ ଟାଉନ ଆପାର୍ଟମେଣ୍ଟ ପଡିଆରେ ଏକତ୍ରିତ ହୋଇ ସେଠାରୁ ନାଲକୋ ଛକ ହୋଇ ଯିବେ । ବିସର୍ଜନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରିବା ସହ ଟ୍ରାଫିକ ଉପରେ ନଜର ରଖାଯାଇଛି ।