thelifelinemedia
Latest Odisha News, Breaking News Today

ବଙ୍ଗୋପସାଗରରେ ଗଭୀର ଅବପାତ, ଟ୍ୱିଟ ସିଟିରେ ଅବସ୍ଥା ବେହାଲ

ଭୁବନେଶ୍ୱର: ବଙ୍ଗୋପସାଗରରେ ଗଭୀର ଅବପାତ ।  ଆଗାମୀ ୪ ଘଣ୍ଟାରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି ।  ଆଜି ମଧ୍ୟରାତି କିମ୍ବା ଆସନ୍ତାକାଲି ଭୋର ସୁଦ୍ଧା ଓଡ଼ିଶା ଉପକୂଳ ଗତି କରିବା ସମ୍ଭାବନା ।

ପାରାଦୀପ ଓ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ। ପ୍ରଭାବରେ ଓଡିଶା ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାରେ ଜାରି ରହିଛି ପ୍ରବଳ ବର୍ଷା। ଟୁଇନ୍ ସିଟିରେ ତୁହାକୁ ତୁହା ବର୍ଷା ଜାରି ରହିଛି ।

ଗଭୀରଅବପାତ ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ସକାଳ ଯାଏଁ ରାଜ୍ୟରେ ବଡ଼ ବର୍ଷା ଏବଂ ପବନର ପ୍ରଭାବ ସମ୍ଭାବନା ରହିଛି ।  ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି ।  ଆଜି ଜଗତସିଂହପୁର ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି ।

Leave A Reply

Your email address will not be published.