thelifelinemedia
Latest Odisha News, Breaking News Today

ବର୍ଷାରେ ଭିଜିଲା ପାର୍ବଣ.. ସାରା ରାଜ୍ୟରେ ବର୍ଷା

ଭୁବନେଶ୍ଵର: ଲଘୁଚାପ ବର୍ଷାରେ ଭିଜିଲା ପାର୍ବଣ। ଭୁବନେଶ୍ବର, କଟକ ସମେତ ଆଜି ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଘଡ଼ଘଡି ସହ ବର୍ଷା ଜୋରରେ ହୋଇଛି।ଭୁବନେଶ୍ବରରେ ଅପରାହ୍‌ର ସାଢ଼େ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବର୍ଷା ରହିରହି ହୋଇଛି। ଦୁର୍ଗାପୂଜା ଚାଲିଥିବାରୁ ସହରର ମୁଖ୍ୟ ଛକଗୁଡ଼ିକରେ ଲୋକେ ନାହିଁ ନଥିବାର ଅସୁବିଧାର ସାମ୍ନା କରିଛନ୍ତି।

ଅନ୍ୟପଟେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା। ଉପକୂଳବର୍ତ୍ତୀ ଜିଲ୍ଲା, ପଶ୍ଚିମ ଓଡ଼ିଶା ଓ ଉତ୍ତର-ପୂର୍ବ ଓଡ଼ିଶାରେ ମଧ୍ୟ ବର୍ଷା ହେଉଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉତ୍ତର ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ବୁଧବାର ସକାଳୁ ଅବପାତର ରୂପ ନେଇଛି। ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବା ନେଇ ଅନୁମାନ କରାଯାଇଅଛି

Leave A Reply

Your email address will not be published.