thelifelinemedia
Latest Odisha News, Breaking News Today

ମୋ ବିରୁଦ୍ଧରେ ନିଅ କାର୍ଯ୍ୟନୁଷ୍ଠାନ: ଏମିତି କହିଲେ ଅଭିନେତା ବିଜୟ

ନୂଆଦିଲ୍ଲୀ:ତାମିଲାନାଡୁ ଦଳା ଚକଟା ମୃତ୍ୟୁ ଘଟଣାରେ ନିଜ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବାକୁ କହିଲେ ଅଭିନେତା ତଥା TVK ମୁଖ୍ୟ ବିଜୟ। କହିଲା ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। କହିଛନ୍ତି ମୁଁ ମୋ ଜୀବନରେ ଏପରି ଦୁଃଖଦାୟକ ପରିସ୍ଥିତିର ସାମ୍ନା କେବେ କରିନାହିଁ।ଶୀଘ୍ର ପୀଡ଼ିତମାନଙ୍କୁ ଭେଟିବି ଏବଂ ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଉଛି ବୋଲି ବିଜୟ କହିଛନ୍ତି। ଯାହା ହେବା ଉଚିତ ନ ଥିଲା ତାହା ହୋଇଛି ବୋଲି ବିଜୟ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ, ଦୟାକରି TVK କର୍ମୀମାନଙ୍କର କ୍ଷତି କରନ୍ତୁ ନାହିଁ।ମୋ ଘରକୁ କିମ୍ବା ଅଫିସକୁ ଆସି ମୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି। କିଛି ଏମିତି କହି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଜୟ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, କନୁରରେ ବିଜୟ ଭାଷଣ ଦେଉଥିଲେ, ସେତେବେଳେ ହଠାତ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଗଲା, ଯାହା ସମଗ୍ର ଅଞ୍ଚଳକୁ ଅନ୍ଧାରରେ ବୁଡ଼ାଇ ଦେଲା। ପ୍ରବଳ ଭିଡ଼ ମଧ୍ୟରେ ଅନ୍ଧାର ବ୍ୟାପିଯିବାରୁ, ଆତଙ୍କ ସୃଷ୍ଟି ହେଲା ଏବଂ ଲୋକମାନେ ଆତଙ୍କିତ ହୋଇ ଦୌଡ଼ିବାକୁ ଲାଗିଲେ। ଅନେକ ଲୋକ ଚାପି ହୋଇଗଲେ, ଯାହା ଫଳରେ ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ଟିଭିକେ ନେତା ଗିରଫ ହୋଇଛନ୍ତି। ଲୋକ ସଭା ବିରୋଧୀ ଦଳ ନେତା ରାହୁଲ୍ ଗାନ୍ଧୀ ବିଜୟଙ୍କ ସହ କଥା ହୋଇଛନ୍ତି। ଏହାକୁ ନେଇ ରାଜନୀତି ମଧ୍ଯ ତେଜିଛି। କୁହାଯାଉଛି ବିଜୟ କୁଆଡେ଼ କଂଗ୍ରେସରେ ସାମିଲ ହୋଇପାରନ୍ତି।

Leave A Reply

Your email address will not be published.