thelifelinemedia
Latest Odisha News, Breaking News Today

କ୍ଷେତ ବୁଲିବା ସହ ଚାଷୀଙ୍କୁ ଭେଟିବେ ନବୀନ ପଟ୍ଟନାୟକ 

ଭୁବନେଶ୍ୱର:ଆସନ୍ତା ୩୧ତାରିଖରେ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀ,କଟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କ୍ଷେତ ବୁଲିବା ସହିତ ଚାଷୀଙ୍କୁ ଭେଟିବେ।

ଏହି ଗସ୍ତ ଅବସରରେ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀର ସତ୍ୟବାଦୀ କେନ୍ଦ୍ରାପଡ଼ାର ପଟାମୁଣ୍ଡାଇ,କଟକର ସାଲେପୁର ଓ ଜଗତସିଂହପୁରର ବାଲିକୁଦା ବ୍ଲକ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ ନବୀନ ପଟ୍ଟନାୟକ।ସମ୍ପୃକ୍ତ ଅଧିକାରୀ ମାନଙ୍କ ସହ ଫସଲ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ। ଅଦିନିଆ ବର୍ଷାରେ ବିଭିନ୍ନ ଜାଗାରେ ଫସଲ କ୍ଷୟକ୍ଷତି ହୋଇଛି। ଚାଷୀଙ୍କ ବର୍ଷଯାକର ପରିଶ୍ରମ ବୃଥା ହୋଇଛି। ଅମଳ ନଷ୍ଟ ହୋଇଛି। ଏଭଳି ସ୍ଥିତିରେ ଚାଷୀମାନଙ୍କୁ ଭେଟିବାକୁ ଗ୍ରାଉଣ୍ଡକୁ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave A Reply

Your email address will not be published.