thelifelinemedia
Latest Odisha News, Breaking News Today

ଫିଲ୍ମ ‘ଯୋଦ୍ଧା’ରେ ପୁଣିଥରେ ଆର୍ମି ଆକ୍ସନରେ ସିଦ୍ଧାର୍ଥ

ମୁମ୍ବାଇ: ସୁପରଷ୍ଟାର୍ ତାଲିକାରେ ସାମିଲ୍ ସିଦ୍ଧାର୍ଥ ମଲହୋତ୍ରା। ଏବେ ଆଉ ଏକ ଆର୍ମି ରୋଲ୍ ପାଇଁ ପୂରା ପ୍ରସ୍ତୁତ। ଫିଲ୍ମ ‘ଶେରଶାହା’ରେ କ୍ୟାପ୍ଟେନ୍ ବିକ୍ରମ ବତ୍ରାଙ୍କ ଚରିତ୍ରକୁ ସେ ଜୀବନ୍ତ କରିଦେଇଥିଲେ। ଆଉ ଏବେ ‘ଯୋଦ୍ଧା’ ଫିଲ୍ମରେ ଏୟାରକ୍ରାଫ୍ଟ ହାଇଯାକ୍ କରିଥିବା ଆତଙ୍କବାଦୀଙ୍କ ସହ ସେ ଲଢେଇ କରିବେ। ଗତ ବର୍ଷ ଏହାର ଫାଷ୍ଟ ଲୁକ୍ ଆସିଥିଲା ଓ ଏବେ ମନାଲୀରେ ଏହାର ସୁଟିଂ ଆରମ୍ଭ ହୋଇଯାଇଛି।

ରିପୋର୍ଟ ଅନୁଯାୟୀ ‘ଯୋଦ୍ଧା’  ଫିଲ୍ମ ‘ଧର୍ମା ପ୍ରଡକସନ’ର ପ୍ରଥମ ଏରିୟାଲ୍ ଆକ୍ସନ୍ ପ୍ରୋଜେକ୍ଟ ହେବାକୁ ଯାଉଛି। ୯୦ ଦଶକର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ସିଦ୍ଧାର୍ଥଙ୍କ ଜବରଦସ୍ତ ଆକ୍ସନ ଅବତାର ଦେଖିବାକୁ ମିଳିବ। ହ୍ୟାଣ୍ଡସମ୍ ହଙ୍କ୍ ସିଦ୍ଧାର୍ଥଙ୍କ ଆଙ୍ଗ୍ରୀ ୟଙ୍ଗମ୍ୟାନ୍ ଅବତାରକୁ ବି ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ସିନେମାଟି ଆସନ୍ତା ୨୦୨୩ରେ ରିଲିଜ୍ ହୋଇପାରେ ବୋଲି ଶୁଣିବାକୁ ମିଳିଛି।

Leave A Reply

Your email address will not be published.