ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ: ଯାହା ଆଶଙ୍କା ଥିଲା ସେୟା ହେଲା। ବିଶ୍ୱକପ୍ରୁ ବାଦ୍ ପଡ଼ିଲେ ରବୀନ୍ଦ୍ର ଜାଡ଼େଜା। ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଏଥିରେ ରବୀନ୍ଦ୍ର ଜାଡ଼େଜାଙ୍କୁ ବାଦ୍ ଦିଆଯାଇଥିବା ବେଳେ ବୁମ୍ରା ଓ ହର୍ଷଲ ପଟେଲ୍କୁ ଟିମ୍ରେ ସ୍ଥାନ ମିଳିଛି।
ଅକ୍ଟୋବର ୧୬ ରୁ ନଭେମ୍ବର ୧୩ରେ ତାରିଖରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ବିଶ୍ୱକପ୍ରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ଦଳ ସହିତ ୪ ଜଣ ଷ୍ଟାଣ୍ଡବାଏ ଖେଳାଳି ରହିବେ।
ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହୋଇଥିବା ଟିମ୍- ରୋହିତ ଶର୍ମା(କ୍ୟାପ୍ଟେନ୍),କେଏଲ୍ ରାହୁଲ(ଭାଇସ୍ କ୍ୟାପ୍ଟେନ୍), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷବ ପନ୍ତ(ୱିକେଟ କିପର), ଦିନେଶ କାର୍ତ୍ତିକ(ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର୍ ଅଶ୍ୱନୀ, ୟୁଜୱେନ୍ଦ୍ର ଚହଲ, ଅକ୍ସର ପଟେଲ, ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ।