କମିଶନରେଟ୍ ପୋଲିସର ନାଇଟ୍ ପାଟ୍ରୋଲିଂ

ଭୁବନେଶ୍ୱର: ପାଖେଇ ଆସୁଛି ପାର୍ବଣ ଋତୁ। ଆକ୍ସନ ମୁଡ୍ରେ କମିଶନରେଟ୍ ପୋଲିସ। ସାବାଡ୍ ହେବେ ଅପରାଧୀ। ଅପରାଧୀଙ୍କୁ ଚେକ୍ ଦେବାକୁ ରାଜଧାନୀରେ କମିଶନରେଟ୍ ପୋଲିସର ଜୋରଦାର ପାଟ୍ରୋଲିଂ କରାଯାଇଛି। ରାତିରେ ସହରର ବିଭିନ୍ନ ଗଳି କନ୍ଦି ସହ ଛକ ଛକ ବୁଲି କମିଶନରେଟ୍ ପୋଲିସର ଅଫିସରମାନେ ସ୍ଥିତି ପରଖିଛନ୍ତି।
ଖବର ଅନୁଯାୟୀ,ଗତ କିଛି ହେବ ଭୁବନେଶ୍ୱରରେ ଅପରାଧ ବଢିଛି । ତେଣୁ ପାର୍ବଣ ବେଳେ କୌଣସି ବଡ଼ ଧରଣର ଅଘଟଣକୁ ଏଡ଼ାଇବାକୁ ଏବେ ଆକ୍ସନ ମୁଡ୍ରେ କମିଶନରେଟ୍ ପୋଲିସ । ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ପୋଲିସ ଆରମ୍ଭ କରିଛି ବାଇକ୍ ପାଟ୍ରୋଲିଂ ।
ରବିବାର ରାତିରେ କମିଶନରେଟ୍ ପୋଲିସ ପକ୍ଷରୁ ଏକାଧିକ ପୋଲିସ ଅଫିସର ବାଇକ୍ରେ ପାଟ୍ରୋଲିଂ କରିଛନ୍ତି । ଖାସ୍ କରି ଅସାମାଜିକ କାର୍ଯ୍ୟକଳାପ, ବିଭିନ୍ନ ଖୋଲାସ୍ଥାନରେ ବସି ମଦ୍ୟ ପାନ କରୁଥିବା ବ୍ୟକ୍ତିଙ୍କ ଲାଗି ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।