thelifelinemedia
Latest Odisha News, Breaking News Today

ନୂଆବର୍ଷ ଜାନୁଆରୀରେ ଦୁଇ ଥର ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର:ନୂଆବର୍ଷରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ। ଜାନୁଆରୀ ମାସରେ ମୋଦିଙ୍କ ଓଡିଶା ଗସ୍ତ ନେଇ ସୂଚନା ମିଳିଛି। ଥରେ ନୁହେଁ ଦୁଇ ଦୁଇ ଥର ଜାନୁଆରୀ ମାସରେ ମୋଦିଙ୍କ ଓଡିଶା ଗସ୍ତ ରହିଛି।ଓଡିଶାରେ ପ୍ରଥମ ଥର ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଜାନୁଆରୀ ୮,୯ ଓ ୧୦ରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ପ୍ରଧାନମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଉତ୍ସର୍ଷ ଓଡ଼ିଶା ଜାନୁଆରୀ ୨୮ ଓ ୨୯ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ।

Leave A Reply

Your email address will not be published.