thelifelinemedia
Latest Odisha News, Breaking News Today

ସିବିଆଇରେ ହାଜର ହୋଇପାରନ୍ତି ବରିଷ୍ଠ IAS ବିଷ୍ଣୁ ପଦ ସେଠୀ

ଭୁବନେଶ୍ୱର: ବରିଷ୍ଠ IAS ବିଷ୍ଣୁ ପଦ ସେଠୀଆଜି ସିବିଆଇର ହାଜର ହୋଇପାରନ୍ତି । ସିବିଆଇରେ ହାଜର ହେବାକୁ ଗତ ଦଶ ତାରିଖରେ ସିବିଆଇ ତାଙ୍କୁ ନୋଟିସ କରିଥିଲା ।କିନ୍ତୁ ସ୍ୱାସ୍ଥ୍ୟ ଗତ କାରଣ ଦର୍ଶାଇ ସେ ହାଜର ହୋଇ ନଥିଲେ। ଗତ ୫ତାରିଖ ରେ ବିଷ୍ଣୁ ପଦ ବ୍ରିଜ ଆଣ୍ଡ ରୁଫ କାର୍ଯ୍ୟାଳୟର ମ୍ୟାନେଜର ଚଞ୍ଚଳ ଓ ବିକେ ସିଂହ ଙ୍କୁ ଭେଟିଥିଲେ କି? ଟଙ୍କା ନେଣଦେଣକୁ ନେଇ କିଛି ଡିଲ ହୋଇଥିଲା କି?ଏହା ସହ ସାତ ତାରିଖ ମର୍ଶି ଡିଜ ରୁ ଦଶ ଲକ୍ଷ ଟଙ୍କା ଲାଞ୍ଚ ମାମଲାର କଣ ଲିଙ୍କ ରହିଛି କି? ସିବିଆଇ ମିଳିଥିବା ଦସ୍ତାବିଜ୍ କୁ ନେଇ ଯାଞ୍ଚ କରୁଛି।

ଦାମୀ କାରରୁ ୧୦ ଲକ୍ଷ ଟଙ୍କା ଜବତ ଘଟଣାରେ ସିବିଆଇ ଖୋଳତାଡ଼ କରୁଛି। ଗିରଫ ଅଭିଯୁକ୍ତଙ୍କୁ ଦୁଇ ଦୁଇ ଥର ରିମାଣ୍ଡରେ ନେଇ ପଚରା ଉଚୁରା କରିଥିଲା। ଏମିତି କି ଏକ ଘରୋଇ ହୋଟେଲର ମ୍ୟାନେଜରଙ୍କ ସମେତ ଆଇଏଏସ ବିଷ୍ଣୁପଦ ସେଠିଙ୍କ ଡ୍ରାଇଭରଙ୍କୁ ମଧ୍ୟ ପଚରା ଉଚୁରା କରିଥିଲା।

Leave A Reply

Your email address will not be published.