ଖୁବ ଶୀଘ୍ର ପୂରଣ ହେବ ୫ ହଜାର ଗୃହରକ୍ଷୀ ପଦବୀ:ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର:ପୋଲିସ ବାହିନୀକୁ ଆହୁରି ସଶକ୍ତ କରିବା ପାଇଁ ଗୃହ ବିଭାଗରେ ପ୍ରାୟ ୧୦ ହଜାର ପଦବୀ ଖୁବ୍ ଶୀଘ୍ର ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।ଗୃହରକ୍ଷୀମାନେ ହେଉଛନ୍ତି ପୋଲିସର ଏକ ଅଭିନ୍ନ ଅଙ୍ଗ। ଆମ ରାଜ୍ୟରେ ଗୃହରକ୍ଷୀମାନେ ବହୁତ ଭଲ କାମ କରୁଛନ୍ତି। ୨୦୨୦ ଠାରୁ ଗୃହରକ୍ଷୀ ନିଯୁକ୍ତି ଉପରେ ଯେଉଁ କଟକଣା ଲଗା ଯାଇଥିଲା ତାହାକୁ ଉଠାଇ ଦିଆଯାଇଛି। ଖୁବଶୀଘ୍ର ଖାଲିଥିବା ୨୪୧୬ଟି ପଦବୀ ସହିତ ୨୫୮୪ଟି ନୂତନ ପଦବୀ ସୃଷ୍ଟି କରାଯିବ। ସମୁଦାୟ ୫ ହଜାର ଗୃହରକ୍ଷୀ ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥି ସହିତ ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ରାଜ୍ୟ ସରକାର ପୋଲିସର ସାମର୍ଥ୍ୟ ଓ ଶକ୍ତି ବୃଦ୍ଧି ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ସମାଜରେ ଲୋକମାନଙ୍କ ପାଇଁ ଆପଣମାନେ ଜଣେ ଜଣେ ସାହାଯ୍ୟକାରୀ ବନ୍ଧୁ ଭାବେ କାମ କରି ପୋଲିସର ଭାବମୂର୍ତ୍ତୀ ଆହୁରି ଉଚ୍ଚ ସ୍ତରକୁ ନିଅନ୍ତୁ।