thelifelinemedia
Latest Odisha News, Breaking News Today

ସକାଳୁ ଟୁଇନ ସିଟିରେ ବର୍ଷା: ରାଜ୍ୟରେ କୋହଲା ପାଗ

ଭୁବନେଶ୍ୱର: ଆଜି ସକାଳୁ ଟୁଇନ ସିଟି କଟକ ଓ ଭୁବନେଶ୍ବରରେ ବର୍ଷା ହୋଇଛି। ଯଦିଓ ସେତେଟା ଜୋରରେ ବର୍ଷା ହୋଇନି କିନ୍ତୁ ମଧ୍ୟମ ଧରଣର ବର୍ଷା ହୋଇଛି। ଫଳରେ ପାଗ କୋହଲା ରହିଛି। କେବଳ କଟକ ଭୁବନେଶ୍ୱରରେ ନୁହେଁ ରାଜ୍ୟର ଆଉ କେତକ ଜିଲ୍ଲାରେ ବି ବର୍ଷା ହୋଇଥିବା ଜଣାପଡିଛି।ଅନେକ ସ୍ଥାନରେ ଝିପିଝିପି ବର୍ଷା ପରିଲକ୍ଷିତ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ମଧ୍ୟମ ଧାରଣର ବର୍ଷା ହୋଇଛି।

ପୂର୍ବରୁ ୮ ଓ ୯ ତାରିଖରେ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ନେଇ ଆକଳନ କରାଯାଇଥିଲା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଵେ ରାଜ୍ୟରେ ବିଭିନ୍ନ ଜାଗାରେ ବର୍ଷା ହୋଇଛି। ଅନ୍ୟପଟେ ଚଳିତ ବର୍ଷ ଶୀତ ଉଭାନ ହୋଇ ଯାଇଛି। ଡିସେମ୍ବର ମାସରେ ଯେଉଁଠି ହାଡଭଙ୍ଗା ଶୀତ ହେବା କଥା, ସେଇଠି ଶୀତ ବିଲକୁଲ ନାହିଁ କହିଲେ ଚଳେ।

Leave A Reply

Your email address will not be published.