thelifelinemedia
Latest Odisha News, Breaking News Today

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ: ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସଙ୍କୁ ଘେରିଲେ ବିଜେଡି ବିଧାୟକ ରଣେନ୍ଦ୍ର ସ୍ୱାଇଁ 

ଭୁବନେଶ୍ୱର:ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ସ୍ୱର ଶାଣିତ କରିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ -୨୦୨୪କୁ ନେଇ ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସଙ୍କୁ ଘେରିଲେ ବିଜେଡି ବିଧାୟକ ରଣେନ୍ଦ୍ର ସ୍ୱାଇଁ। କହିଛନ୍ତି ଏହି ବିଲ ଅର୍ଡର ପେପର ଆସିଥିଲା। ଆଜି ଏହାର ଆଲୋଚନା ପାଇଁ ବିଜେଡି ପ୍ରସ୍ତୁତ ହେଉଥିଲା।ଏହା ଆଜି ଅର୍ଡର ପେପରରେ ରଖା ଗଲାନି। ରାଜ୍ୟପାଳ ଯିଏ କି କୁଳାଧିପତି ଏକ ଚିଠି ଲେଖିଛନ୍ତି ଯେ ଏହି ବିଲରେ ବହୁ ତ୍ରୁଟି ଅଛି।

କୁଳାଧିପତି ତଥା ରାଜ୍ୟପାଳଙ୍କ ଯାହା ଗୁରୁତ୍ୱ ରହିବା କଥା, ତାହା ଏ ବିଲରେ ଦିଆ ଯାଇ ନାହିଁ। ବିଧାନସଭା ଚାଲିଥିବାରୁ ଆମେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି ରଖିଛୁ ଯେ ରାଜ୍ୟପାଳଙ୍କ ସେହି ଚିଠି ଗୃହରେ ଉପସ୍ଥାପନା କରନ୍ତୁ।ଏହା ରାଜ୍ୟବାସୀ ଜାଣିବା ନିହାତି ଦରକାର ବୋଲି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

Leave A Reply

Your email address will not be published.