ବିଜୁ ଶ୍ରମିକ ସାମ୍ମୁଖ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ: ଶ୍ରମିକଙ୍କ ତ୍ୟାଗ ଓ ବଳିଦାନ ପାଇଁ ଲଢେଇର ଆହ୍ୱାନ ଦେଲା ବିଜେଡି

ଭୁବନେଶ୍ଵର:ଦେଶ ନିର୍ମାଣରେ ଶ୍ରମିକଙ୍କ ଭୂମିକା ଗୁରୁତ୍ୱପୂର୍ଣ। ସେମାନଙ୍କ ପାଇଁ ଆର୍ଥିକ ସ୍ଥିତିରେ ଭିତିଭୂମି କ୍ଷେତ୍ରରେ ରାଜ୍ୟ ତଥା ଦେଶ ଆଗକୁ ବଡୁଛି। ସେଥିପାଇଁ ଶ୍ରମିକମାନଙ୍କ ହକ ପାଇଁ ଲଢେଇ କରିବ ବିଜୁ ଜନତା ଦଳ। ଶ୍ରମିକମାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଉଛି ବିଜେଡି। ଶ୍ରମିକମାନଙ୍କ ଉନ୍ନତି ପାଇଁ ବିଜୁ ବାବୁଙ୍କ ଠାରୁ ବିଜେଡି ସରକାର ସବୁବେଳେ କାମ କରୁଥିଲା। ବିଜୁ ଶ୍ରମିକ ସାମ୍ମୁଖ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ରେ ଉଦବୋଧନ ଦେଇ ଶ୍ରମିକ ମାନଙ୍କ ସହ ସବୁବେଳେ ଥିଲି ଏବଂ ଶେଷ ପର୍ଯ୍ୟନ୍ତ ରହିବି ବୋଲି ବିଜେଡି ସୁପ୍ରିମୋ କହିଛନ୍ତି। ଶିଳ୍ପାୟନ ନାମରେ ମିଛ ନାଟକ କରୁଛି ବିଜେପି ସରକାର।
ନୂଆ ସରକାରରେ ପାଚିକା ଠାରୁ ଆରମ୍ଭ କରି ଅଙ୍ଗନବାଡି କର୍ମୀ, ମିଶନ ଶକ୍ତିର କର୍ମଚାରୀମାନେ ଆଜି ଅବହେଳିତ। ଶିଳ୍ପ କାରଖାନାରେ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ମିଳୁନାହିଁ। ଏସବୁର ଜୋରଦାର ପ୍ରତିବାଦ କରିବ ବିଜୁ ଶ୍ରମିକ ସାମ୍ମୁଖ୍ୟ। ଆଗକୁ ସରକାରଙ୍କୁ ଘେରିବା ସହ ନିଜ ହକ ପାଇଁ ଆନ୍ଦୋଳନକୁ ଓହ୍ଲାଇବ। ଭୁବନେଶ୍ୱରରେ ଆୟୋଜିତ ବିଜୁ ଶ୍ରମିକ ସାମ୍ମୁଖ୍ୟର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ରେ ରାଜ୍ୟ ସାରା ଶହ ଶହ ସାମ୍ମୁଖ୍ୟର କ୍ୟାଡର ମାନେ ଯୋଗ ଦେଇଛନ୍ତି।