thelifelinemedia
Latest Odisha News, Breaking News Today

କଣ୍ଟ୍ରାକ୍ଟରଙ୍କୁ ଉଠେଇ ନେଲା ସିବିଆଇ : ଦାମୀ ଗାଡ଼ିରୁ ମିଳିଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର:ଲାଞ୍ଚ ଦେବାକୁ ଆସିଥିଲେ। କିନ୍ତୁ ମାଡି ବସିଲା ସିବିଆଇ।ମେ ଫେୟାର ହୋଟେଲ ସମ୍ମୁଖରେ ଏକ ଦାମୀ ଗାଡିକୁ ଅଟକାଇ ପୁଳାପୁଳା ଟଙ୍କା ଜବତ କରିଛି ସିବିଆଇ। ଭଦ୍ରକର ଦେବଦତ୍ତ ମହାପାତ୍ର ଓରଫ ବାପି ନିଜର ତିନି ସହଯୋଗୀଙ୍କୁ ସାଙ୍ଗରେ ଧରି ଜଣେ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବାକୁ ଆସିଥିଲେ। କିନ୍ତୁ ତା ପୂର୍ବରୁ ସିବିଆଇ ହାବୁଡ଼ରେ ପଡିଗଲେ।

ଏକ ବଡ଼ ଡ଼ିଲ ହେବା ନେଇ ଗାଡ଼ିରେ ଟଙ୍କା ଯାଉଥିଲା ବୋଲି କୁହାଯାଉଛି। ନୟାପଲ୍ଲୀ ୪ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଛି। କୁହାଯାଉଛି ଏକ ବଡ଼ ଡିଲ ନେଇ ଟଙ୍କା କାରବାର ହେବା ପାଇଁ ପ୍ଲାନ ଥିଲା। ପୂର୍ବରୁ ବଦନାମ ମୁଣ୍ଡାଇଛି ବ୍ରିଜ ଆଣ୍ଡ ରୁଫ ଇଣ୍ଡିଆ ଲିମିଟେଡ଼।୨୦ଲକ୍ଷ ଟଙ୍କା ଲାଞ୍ଚ ଦେବା ଅଭିଯୋଗ ରେ ୨୦୨୩ରେ ଗିରଫ ହୋଇଥିଲେ କମ୍ପାନୀ ମାଲିକ ହେତଲ କୁମାର ପ୍ରବିନଚନ୍ଦ୍ର ରାଜଗୁରୁ ଙ୍କ ସହ ୭ଜଣ। ଓଡିଶାର ଏକଲବ୍ୟ ମୋଡେଲ ରେସିଡେନ୍ସିଆଲ ସ୍କୁଲ ର କାମ ପାଇଁ ୨୦ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.