ରାଜ୍ୟରେ ବଢୁଛି ମଦ ବ୍ରିକି: ମଦରେ ବରଗଡ଼ରୁ ସର୍ବାଧିକ ରାଜସ୍ବ, ଦ୍ୱିତୀୟରେ ଗଞ୍ଜାମ

ଭୁବନେଶ୍ୱର:ରାଜ୍ୟରେ ମଦ ବିକ୍ରି ବଢୁଛି। ବିଧାନସଭାରେ ଏ ନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବିଧାନସଭାରେ ପ୍ରଶ୍ନୋତ୍ତରକାଳରେ ଏନେଇ ଉତ୍ତର ରଖିଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ। ମନ୍ତ୍ରୀଙ୍କ ସୂଚନା ଅନୁସାରେ ଗତବର୍ଷ ୨୦୨୨-୨୩ରେ ୫ କୋଟି ୮୩ ଲକ୍ଷ ୪୪ ହଜାର ବିଦେଶୀ ମଦ ବିକ୍ରି ହୋଇଥିଲା। କିନ୍ତୁ ୨୦୨୩-୨୪ ରେ ୫ କୋଟି ୮୮ ଲକ୍ଷ ୮୫ ହଜାର ବିଦେଶୀ ମଦ ବିକ୍ରି ହୋଇଛି।
ସେହିପରି ୨୦୨୨-୨୩ ରେ ୧୨ କୋଟି ୯ ଲକ୍ଷ ୬୭ ହଜାର ବଲକ ଲିଟର ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ଏହା ବଢି ୧୫ କୋଟି ୩୫ ଲକ୍ଷ ୭୨ ହଜାର ବଲକ ଲିଟର ବିକ୍ରି ହୋଇଛି। ସେହିପରି ଦେଶୀ ମଦର ମଧ୍ୟ ବଢିଛି ଚାହିଦା ।ଦେଶୀ ମଦ ବିକ୍ରି ମଧ୍ୟ ବଢିଛି। ୨୦୨୨-୨୩ ରେ ୮୪ ଲକ୍ଷ ୩୭ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ୯୮ ଲକ୍ଷ ୪୩ ହଜାର ଲିଟର ମଦ ବିକ୍ରି ହୋଇଛି। ସେହିପରି ଅବକାରୀ ରାଜସ୍ୱ ମଧ୍ୟ ବଢି ୨୦୨୩-୨୪ ରେ ୭ ହଜାର ୨୧୬ କୋଟି ୯୯ ଲକ୍ଷରେ ପହଞ୍ଚିଛି। ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ତେବେ ମଦ ବିକ୍ରିରେ ସବୁଠୁ ଅଧିକ ରାଜସ୍ୱ ଆସିଛି ବରଗଡ଼ ଜିଲ୍ଲାରୁ। ସେହିପରି ରାଜସ୍ବ ଆଦାୟରେ ଦ୍ୱିତୀୟରେ ରହିଛି ଗଞ୍ଜାମ ଜିଲ୍ଲା।