thelifelinemedia
Latest Odisha News, Breaking News Today

ଗୁଳିମାଡ଼ରେ ଟଳିପଡିଲେ ବ୍ୟବସାୟୀ : ଦିଲ୍ଲୀରୁ ଆସିଲା ଚାଞ୍ଚଲ୍ୟକର ଘଟଣା 

ନୂଆଦିଲ୍ଲୀ:ମର୍ଣ୍ଣି ୱାକରେ ଯାଇଥବା ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଛି। ଘଟଣା ଘଟିଛି ନୂଆଦିଲ୍ଲୀରେ।ଦିଲ୍ଲୀର ସାହାଦାର ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି।ଜଣେ ବ୍ୟବସାୟୀ ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିଥିଲେ। ହଠାତ ବାଇକ୍ ଯୋଗେ ଆକ୍ରମଣକାରୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି ବ୍ୟବସାୟୀ। ବ୍ୟବସାୟୀ ଜଣଙ୍କ ହେଉଛନ୍ତି ସୁନୀଲ ଜୈନ। ତାଙ୍କ ଉପରେ ଉପରେ ୭-୮ ରାଉଣ୍ଡ୍‌ ଗୁଳି ହୋଇଛି। ଏଥିରେ ତାଙ୍କର ମୃତ୍ୟୁ ହୋଇଛି।

ଅନ୍ୟପଟେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ଉକ୍ତ ଅଞ୍ଚଳରେ ଛାନଭିନ ଚଳାଇଛି। କିଏ ଏଭଳି ଗୁଳି ମାଡ଼ କଲା ସେ ନେଇ ପୋଲିସର ତଦନ୍ତ ଜାରି ରହିଛି। ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ନେଇ ଅନୁଧ୍ୟାନ କରୁଛି ପୋଲିସ। ମୃତକ ଜୈନଙ୍କ ପରିବାର କହିଛନ୍ତି ଯେ ତାଙ୍କ ସହ କାହାରି ଶତ୍ରୁତା ନାହିଁ କିମ୍ବା କୌଣସି ଧମକ ମଧ୍ୟ କାହାଠାରୁ ପାଇନାହାନ୍ତି। ଏହି ଘଟଣା ପରେ ଦିଲ୍ଲୀରେ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

Leave A Reply

Your email address will not be published.