thelifelinemedia
Latest Odisha News, Breaking News Today

ଆଉ ଜଣେ ସେକ୍ସ ଦଲାଲ ଗିରଫ: କଟକରୁ ବଙ୍ଗଳାଦେଶ ନାବାଳିକା ଉଦ୍ଧାର ଘଟଣାରେ ବଢିଲା ଗିରଫଦାରୀ ସଂଖ୍ୟା 

କଟକ:କଟକରୁ ବଙ୍ଗଳାଦେଶ ନାବାଳିକା ଉଦ୍ଧାର ଘଟଣାରେ ବଢିଲା ଗିରଫଦାରୀ ସଂଖ୍ୟା। ଏଥିରେ ଆଉ ଜଣେ ସେକ୍ସ ଦଲାଲ ଗିରଫ ହୋଇଛି। ପୋଲିସର ଛାନଭିନ ଭିତରେ ଦେହ ବ୍ୟବସାୟରେ ଲିଙ୍କ ଥିବା ଅଭିଯୋଗରେ ଆଉ ଜଣଙ୍କୁ ପୋଲିସ ଗିରଫ କରିଛି।ଏ ଘଟଣାରେ ଗିରଫଦାରୀ ସଂଖ୍ୟା ୪ କୁ ବୃଦ୍ଧି ପାଇଛି । ଚତୁର୍ଥ ଅଭିଯୁକ୍ତ ହେଉଛନ୍ତି ଦିଦି ଓରଫ ସୁନୀତା ଦାସ। ବାରିପଦାରୁ ସୁନୀତା ଦାସଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ବଙ୍ଗୀୟ ଯୁବତୀଙ୍କୁ ବାରିପଦାକୁ ନେଇ ଦେହ ବ୍ୟବସାୟରେ ନିୟୋଜିତ କରାଯାଇଥିବା କଥା ଜଣାପଡିବା ପଡିବା ପରେ ପୋଲିସ ଏ ନେଇ ଖୋଳତାଡ଼ କରିଥିଲା।

ତେବେ ଏହି ଘଟଣାରେ ଅନେକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରୁଛି। ଅଭିଯୁକ୍ତଙ୍କ ତାଲିକା ବେଶ ଲମ୍ବା ତେଣୁ ପୋଲିସ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ କରୁଛି। ଏ ସବୁ ଭିତରେ ଯୁବତୀ ଚାଲାଣର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇଛି।

Leave A Reply

Your email address will not be published.