thelifelinemedia
Latest Odisha News, Breaking News Today

ଆସିଲା ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ: ପରୀକ୍ଷାରେ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କ କଠୋର ମନୋଭାବ

ଭୁବନେଶ୍ୱର: ଆଜି ବିଧାନସଭାରେ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ ପାରିତ ହୋଇଛି। ରାଜ୍ୟ ସରକାର ପରୀକ୍ଷାରେ ଅନିୟମିତତାକୁ ନେଇ କଠୋର ମନୋଭାବ ପୋଷଣ କରିଛନ୍ତି। ପରୀକ୍ଷାର ଆଉ ଅନିୟମିତତା କ୍ଷମଣୀୟ ନୁହେଁ। ଏଣିକି ତାହା କଲେ ଅପରାଧୀଙ୍କୁ ୩ରୁ ୫ବର୍ଷ ଜେଲଦଣ୍ଡ ସହ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ

ଯଦି କୌଣସି ବ୍ୟକ୍ତି ବା ବ୍ୟକ୍ତିମାନେ ଏହି ଅଧିନିୟମ ଅଧୀନରେ ଅନୁଚିତ ସାଧନ ଏବଂ ଅପରାଧ କରନ୍ତି । ତେବେ ସେ ଅତି କମରେ ତିନି ବର୍ଷ ଠାରୁ ଆରମ୍ଭ କରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାବାସ ଏବଂ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାରେ ଦଣ୍ଡିତ ହେବେ ।

ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ ୨୦୨୪କୁ ବିଚାରକୁ ନେବା ଉଦ୍ଦେଶ୍ୟରେ ଗୃହରେ ଆଗତ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ।

Leave A Reply

Your email address will not be published.