thelifelinemedia
Latest Odisha News, Breaking News Today

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ 

ବାଲେଶ୍ଵର :ବାଲେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ। ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୨ ବର୍ଷ କାରାଦଣ୍ଡ । ୧୧ ଜଣ ସାକ୍ଷୀ ଓ ୨୧ ଟି ଦଲିଲ ଓ ଦସ୍ତାବିଜ କୁ ଆଧାର କରି ରାୟ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ଵତନ୍ତ୍ର ପୋସ୍କୋ କୋର୍ଟ ଜର୍ଜ ଶ୍ରୀ ରଞ୍ଜନ କୁମାର ସୁତାର। ଏହି ମାମଲା ରେ ସରକାର ଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା। ଏହାସହ ମାନ୍ୟବର କୋର୍ଟ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୁ ପୀଡ଼ିତା ଙ୍କ ପରିବାର କୁ ୪ ଲକ୍ଷ୍ୟ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ଦେଲେ ନିର୍ଦ୍ଦେଶ । ବାଲେଶ୍ଵର ଜିଲ୍ଲା ବରହମ୍ପୁର ଥାନାରେ ନାବାଳିକା ଙ୍କ ପକ୍ଷରୁ ୧୮/୩/୨୪ ରେ କେସ ନମ୍ବର ୫୧ ଏକ ମାମଲା ରୁଜୁ ହୋଇଥିଲା ବେଳେ ପୋକ୍ସୋ ଆଇନ ଧାରା ୬ ଅଧିନରେ ଦୋଷୀ କୁ ଦଣ୍ଡ ବିଧାନ କରାଯାଇଛି।

Leave A Reply

Your email address will not be published.