ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି

ଉଗ୍ର ରୂପ ନେଲା ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ କଳି ଘଟଣା। ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ଆରମ୍ଭ ହୋଇଥିବା କଥା କଟାକଟି ଆଜି ବିଚ୍ ରାସ୍ତାରେ ପହଞ୍ଚିଛି। ଆଜି ଭୁବନେଶ୍ୱର ଡିସିପି ଅଫିସ ନିକଟରେ ଉଭୟ ପହଞ୍ଚିଥିବା ବେଳେ ଦେଖିବାକୁ ମିଳିଲା ହାଇଡ୍ରାମା। ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।
ଅଭିନେତା ମନୋଜ ମିଶ୍ର ଓ ନିର୍ଦ୍ଦେଶକ ବବି ଇସଲାମ କଳି ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବା ବେଳେ ଏନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ଏହାର ଆପୋଷ ବୁଝାମଣା ପାଇଁ ଆଜି ଉଭୟ ପକ୍ଷଙ୍କୁ ଡିସିପି ଅଫିସକୁ ଡକାଯାଇଥିଲା। ସେଠାରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ।