ଦିନରେ ଖରା, ରାତିରେ ନିଆଁ ଭରସା

ଭୁବନେଶ୍ୱର: ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହେବା ସହ ଦିନକୁ ଦିନ ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଥିବା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ସ୍ଥାନିତ ହୋଇଛି। ଗତ ସପ୍ତାହେ ହେଲା ସହରର ତାପମାତ୍ରା ନିମ୍ନମୁଖୀ ହେବାରେ ଲାଗିଛି।
ସଞ୍ଜ ନଇଁଲେ ଥଣ୍ଡାର ପ୍ରକୋପ ଆରମ୍ଭ ହେବାରେ ଲାଗୁଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ।ହାତ ଗୋଡ଼ କାଲ ମାରିଯାଉଛି।ଦିନରେ ଖରା ଏବଂ ରାତିରେ ନିଆଁ ଭରସା ରେ ସ୍ଥାନୀୟ ଅଞ୍ଚଳବାସୀ ରହୁଥିବା ଦେଖୁବାକୁ ମିଳୁଛି।
ଅନ୍ୟପକ୍ଷରେ ସ୍ଥାନୀୟ ସହରରେ ଯାତ୍ରୀ ବିଶ୍ରାମ ଗୃହ ନଥିବାଯୋଗୁଁ ରାତିରେ ଏବଂ ଭୋରରୁ ବସ୍କୁ ଅପେକ୍ଷା କରୁଥିବା ଯାତ୍ରୀମାନେ ଥଣ୍ଡା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ୪୪ବର୍ଷର ଏନଏସି ଅଥଚ ସହରର ମଧ୍ୟରେ ଗୋଟିଏ ମଧ୍ୟ ଯାତ୍ରୀ ବିଶ୍ରାମ ଗୃହ ନାହିଁ।