thelifelinemedia
Latest Odisha News, Breaking News Today

ଜଙ୍ଗଲରେ ଗଣଦୁଷ୍କର୍ମ ମାମଲା: ୬ ଜଣଙ୍କୁ ଆଜୀବନ କାରାଦଣ୍ଡ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳର ବନମାଲିପୁରସ୍ଥିତ ଜାରିଂ ଜଙ୍ଗଲରେ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ଆଜି ୫ ବର୍ଷ ପରେ ରାୟ ପ୍ରକାଶ ପାଇଛି। ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସୁରେଶ ଚନ୍ଦ୍ର ପ୍ରଧାନ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥି ସହିତ କୋର୍ଟ ଏହି ୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ମାମଲାର ବିବରଣୀରୁ ଜଣାଯାଏ ୨୦୧୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ଧର୍ମଗଡ଼ ଥାନା ଅନ୍ତର୍ଗତ ପର୍ଲା ଗ୍ରାମର ଲଳିନ୍ଦ୍ର ଶବର ରାସ୍ତାରେ ଯାଉଥିବା ଜଣେ ଝିଅଙ୍କୁ ତାଙ୍କ ଗାଁରେ ଛାଡ଼ି ଦେବ କହି ଏକ ବାଇକ୍‌ରେ ନେଇଥିଲେ। କିନ୍ତୁ ସେ ଝିଅର ଗାଁକୁ ନନେଇ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବନମାଳିପୁରସ୍ଥିତ ଜାରିଂ ସଂରକ୍ଷଣ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। ପରେ ସେଠାରେ ଲୁଚି ରହିଥିବା ଅନ୍ୟ ୫ ଜଣ ଯୁବକ ଛୁରୀ ଦେଖାଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ।

Leave A Reply

Your email address will not be published.