ହାର୍ଡକୋର ଅପରାଧୀ ହେବେ ସାବାଡ଼: ଡିଜିପି ସମ୍ମିଳନୀ ପୂର୍ବରୁ ଅପରାଧୀଙ୍କୁ ହାଜିରା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଡିଜିପି ସମ୍ମିଳନୀ ପୂର୍ବରୁ ହାର୍ଡକୋର ଅପରାଧୀଙ୍କ ଉପରେ ଓଡିଶା ପୋଲିସର ଆଖି। ସମ୍ମିଳନୀ ପୂର୍ବରୁ ସମସ୍ତ ଜିଲ୍ଲାର ଏସପି ଙ୍କୁ ନିର୍ଦ୍ଦେଶ ଦେଲେ ଡିଜିପି । ପେସାଦାର ଅପରାଧୀଙ୍କୁ ହାଜିରା ପାଇଁ ନିର୍ଦ୍ଦେଶ। ନିକଟସ୍ଥ ଥାନାରେ ହାଜିରା ଦେବେ ହାର୍ଡକୋର। ସେପଟେ ୨୯ ତାରିଖରୁ ୩ ଦିନ ଧରି ଚାଲିବାକୁ ଥିବା ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ , ଜାତୀୟ ସୁରକ୍ଷା ପରାମର୍ଶ ଦାତା ଯୋଗଦେବେ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ଯୋଗଦେବେ । ଏହା ସହ ବିଭିନ୍ନ ସୁରକ୍ଷା ଉଇଙ୍ଗ ମୁଖ୍ୟ ଏହି ସମ୍ମିଳନୀରେ ଯୋଗଦେବେ । ଜାତୀୟ ସ୍ତରରେ ଥିବା ସୁରକ୍ଷା ଜନିତ ସମସ୍ୟା ସମ୍ପର୍କରେ ଏଠାରେ ଆଲୋଚନା କରାଯିବ । ପ୍ରଥମ ଦିନ ଗୃହମନ୍ତ୍ରୀ ଏହି ସମ୍ମିଳନୀକୁ ଉଦଘାଟନ କରିବେ । ଦ୍ୱିତୀୟ ଦିନ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗଦେବାର ସମ୍ଭାବନା ରହିଛି । ସରକାରଙ୍କ ବିଭିନ୍ନ ଏଜେଣ୍ଡା ସମ୍ପର୍କରେ ସେଠାରେ ଆଲୋଚନା ହେବ । ଏଥିପାଇଁ ଅତିଥି ରହିବା ସ୍ଥାନ, ମିଟିଂ ସ୍ଥାନରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ପୋଲିସ ଡିଜି ୱା ବି ଖୁରାନିଆ କହିଛନ୍ତି।