କଟକରେ ଗୋଷ୍ଠୀ ସଂଘର୍ଷ: ଢେଲା ପଥର, କାଚ ବୋତଲ ମାଡ

କଟକ:କଟକରେ ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ପଟ୍ଟାପୋଲ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଏକ ଛୋଟ ସଡ଼କ ଦୁର୍ଘଟଣା କୁ ନେଇ ଏହି ତୁମୁଳ କାଣ୍ଡ ଘଟିଥିବା ଜଣାପଡିଛି। ଉଭୟ ଗୋଷ୍ଠୀ ଭିତରେ ଢେଲା ପଥର, କାଚ ବୋତଲ ମାଡ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲା କମିଶନରେଟ ପୋଲିସ। ଫୋର୍ସ ମୃତାୟନ କରିଛି ପୋଲିସ। କ୍ୟନ୍ତନ୍ ମେଣ୍ଟ ଥାନା ଓ ଦରଘା ବଜାର ଥାନା ଅଧିକାରୀ ଙ୍କ ସମେତ କଟକ ଡିସିପି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଏହା ପରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା କମିଶନରେଟ୍ ପୋଲିସ। ଉଭୟ ଗୋଷ୍ଠୀ ଭିତରେ ପୂର୍ବରୁ ବିବାଦ ଥିବା ଜଣାପଡିଛି।
ଘଟଣାର ପୁନରାବୃତ୍ତି ନ ହେବା ପାଇଁ ଆଗକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମୀନା। ଉଭୟ ଗୋଷ୍ଠୀ ଙ୍କୁ ବସାଇ ଶାନ୍ତି କମିଟି ସହାୟତାରେ ବିବାଦର ସମାଧାନ କରିବାକୁ ଉଦ୍ୟମ କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।