thelifelinemedia
Latest Odisha News, Breaking News Today

୨୬ରୁ ଶୀତକାଳୀନ ଅଧିବେଶନ: ପାରିତ ହୋଇପାରେ ଅନେକ ଗୁରୁତ୍ତ୍ଵପୂର୍ଣ୍ଣ ବଜେଟ

ଭୁବନେଶ୍ବର: ଆସନ୍ତା ୨୬ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ଏଥିପାଇଁ ଦିନକ ପୂର୍ବରୁ ଅର୍ଥାତ୍ ଆସନ୍ତା ୨୫ ତାରିଖରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ମନ୍ତ୍ରୀ କହିଛନ୍ତି, ବିଧାନସଭାର ଅତିରିକ୍ତ ବଜେଟ ପାଇଁ ଆସନ୍ତା ୨୬ରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଚାଲୁରହିବ । ଏଥିପାଇଁ ୨୫ରେ ସର୍ବଦଳୀୟ ବୈଠକ ବସିବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହ ଆଲୋଚନା ହୋଇଛି । ଏହି ଅଧିବେଶନକୁ କିପରି ସୁରୁଖୁରୁରେ ପରିଚାଳନା କରାଯିବ ସେନେଇ ବାଚସ୍ପତି ସମସ୍ତଙ୍କର ସହଯୋଗ ଲୋଡ଼ିବେ । ଲୋକଙ୍କ ହିତରେ ବିଭିନ୍ନ ବଜେଟ୍ ପାରିତ ହେବା ନେଇ ଜଣା ପଡିଛି।

Leave A Reply

Your email address will not be published.