ଆମ୍ବ ଟାକୁଆ ଟ୍ରଜେଡି: ଗଲା ଆଉ ଜଣଙ୍କ ଜୀବନ, ୩କୁ ବଢିଲା ମୃତ୍ୟୁ ସଂଖ୍ୟା

କନ୍ଧମାଳ:ଆମ୍ବ ଟାକୁଆ ଟ୍ରଜେଡି ଘଟଣାରେ ଗଲା ଆଉ ଜଣଙ୍କ ଜୀବନ। କଟକ ଏସିବିରେ ଭର୍ତ୍ତି ହୋଇଥିବା ଦୁଇ ଗୁରୁତର ଙ୍କ ଭିତରୁ ଆଜି ଜଣଙ୍କର ମୃତ ଘଟିଛି। ମୃତକ ହେଉଛନ୍ତି ଜିତା ମାଝୀ। ଜିତାଙ୍କ ସ୍ୱାସ୍ଥ୍ୟ ଜିତାଙ୍କର ମଲ୍ଟି ଅର୍ଗlନ ଫେଲୁଆର ଥିଲା। ଏସସିବି ପକ୍ଷରୁ ସମସ୍ତ ଚିକିତ୍ସା ଯୋଗାଇଦିଆଯାଉଥିଲା। ଜିତାଙ୍କ ଶରୀରରେ ଚିକିତ୍ସା ପରେ ଉନ୍ନତି ଦେଖାଯାଉଥିଲା। ହେଲେ କୀଡୀନ ଫଙ୍କସନ ଠିକ ଭାବେ ହେଇପାରୁ ନଥିଲା। ପ୍ରାୟ ୧୦ଥରରୁ ଉର୍ଦ୍ଧ ଡାଇଲିସିଟ କରାଯାଇଥିଲା ନଭେମ୍ବର ୨ତାରିଖ ଶନିବାର ଦିନ ଏସସିବିରେ ଭର୍ତ୍ତି ହୋଇଥିଲେଜିତା ମାଝୀ। ଆଜି ତାଙ୍କର ଦେହାନ୍ତ ହୋଇଛି।ପୂର୍ବରୁ ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମ ଯାହାକୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା। ଏଵେ ଆଉ ଜଣଙ୍କ ମୃତ୍ୟୁ ପରେ ଘଟଣାର ପ୍ରାସଙ୍ଗିକତା ବଢ଼ି ଯାଇଛି।